ତିର୍ତ୍ତୋଲ : କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକଡାଉନ ଜାରି ରହିଛି । ଫଳରେ ବିଶେଷ ଭାବେ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଷ୍ଟିମଲ୍ଲିକାପୁର ଗ୍ରାମପଞ୍ଚାୟତ ମାଲଣ୍ଡ ଗ୍ରାମର ହାଣ୍ଡଲୁମ ବୁଣାକାର ପରିବାର ମାନେ ଆର୍ଥିକ ଭାବେ କ୍ଷତିଗ୍ରସ୍ତହୋଇଛନ୍ତି । ଏହି ସମୟରେ ନୂଆଦିଲ୍ଲୀସ୍ଥିତô ସ୍ୱେଛାସେଦୀ ସଙ୍ଗଠନ ‘ଗୁଞ୍ଜ’ ସହାୟତାର ହାତ ବଢାଇଛି ।
ସୋମବାର ‘ଗୁଞ୍ଜ’ ତରଫରୁ ସ୍ୱେଛସେବୀ ସଙ୍ଗଠନ ‘ବସୁମାତା’ର ସହଯୋଗରେ ଏହି ମାଲଣ୍ଡ ଗ୍ରାମର ସସସ୍ତ ବୁଣାକାର ପରିବାର ମାନଙ୍କୁ ରାସନ ସାମଗ୍ରୀ ଓ କରୋନା ସଂକ୍ରମଣ ପ୍ରତିହତ କିଟ ପ୍ରଦାନ କରାଯାଇଛି । ‘ବସୁମାତା’ର ସମ୍ପାଦକ ଗୟାଧର ମହାନ୍ତି, ସମାଜସେବୀ ସଞ୍ଜୟ କୁମାର ନନ୍ଦୀଙ୍କ ତତ୍ୱାବଧାନରେ ସ୍ୱେଛାସେବୀ ସଦସ୍ୟ ମାନେ ଏହି ପରିବାର ମାନଙ୍କୁ ରାସନ ସାମଗ୍ରୀ ଓ କିଟ ବଣ୍ଟନ କରିଥିଲେ । ସ୍ଥାନୀୟ ବୁଣାକାର ମାନେ ଏହି ସ୍ୱେଛାସେବୀ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି