Odisha news

ସାଗବାରିଆରେ ରେଡକ୍ରସ ତରଫରୁ ମାସ୍କ ବଣ୍ଟନ ଓ କରୋନା ସଚେତନତା କାର୍ଯ୍ୟକ୍ରମ

0

ତିର୍ତ୍ତୋଲ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସାଗବାରିଆସ୍ଥିତ ଅମ୍ବିକାୟୀ ମନ୍ଦିର ପ୍ରାଙ୍ଗଣରେ ରେଡକ୍ରସ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ରେଡକ୍ରସର ରିସୋର୍ସ ପର୍ସନ ବସନ୍ତ ମଞ୍ଜରୀ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଗ୍ରାମର ବୃଦ୍ଧ ବୃଦ୍ଧା ମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା କରାଯିବା ସହ ମାସ୍କ ଓ ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲା ।

ହାଜିପୁର ଉଚ୍ଚ ବିଦ୍ୟାଳୟର ରେଡକ୍ରସ ଜୁନିୟର ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ୟାମସୁନ୍ଦର ବେହେରା, ଅଶ୍ୱିନୀ କୁମାର ଦାସ, କିଶୋର କୁମାର ଦାସ, ନରେନ କୁମାର ଦାସ, ହେମାଙ୍ଗବୀନୀ ଦାସ, ବିଷ୍ଣୁଚରଣ ସ୍ୱାଇଁ, ସୁରେନ୍ଦ୍ର ନାୟକ, କଳ୍ପନା ମହାନ୍ତି, ସାହିଲ, ଲୁବୁନ,ଶିବ, ବିଜୁ,ରିଙ୍କନ ଓ ପିଙ୍କନଙ୍କ ସମେତ ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଥିଲେ ।

IEC 2 years
Leave A Reply