ଭଦ୍ରକ :ଆଜି ଜିଲ୍ଳାରେ ୧୧ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ତେବେ ଏଥି ମଧ୍ୟରୁ ୧୨୩ଜଣ ସୁସ୍ଥ ହୋଇଥିବା ବେଳେ ୨୮ଟି ଆକଫିଭ୍ କେଶ ରହିଛି । ‘ିହ୍ନଟ ପଜେଟିଭ୍ ମାନେ ବାହାର ରାଜ୍ୟ ଫେରନ୍ତା । ଏମାନଙ୍କ ମଧ୍ୟରେ ୩ଜଣ ପଶ୍ଚିମବଙ୍ଗ, ୨ଜଣ ଗୁଜରାଟ, ୨ଜଣ ମହାରାଷ୍ଟ୍ର, ଅନ୍ୟ ୪ ଆକ୍ରାନ୍ତମାନେ ତାମିଲନାଡୁ, ନୂଆଦିଲ୍ଲୀ ଓ ରାଜସ୍ଥାନ ଫେରନ୍ତା ।
ସମସ୍ତ ଆକ୍ରାନ୍ତମାନେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏମାନଙ୍କ ମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକର ଚିଙ୍ଗୁଡିପୁର ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨ଜଣ(ପଶ୍ଚିମବଙ୍ଗ), ସେହି ବ୍ଲକର ମହୁରା ହାଇସ୍କୁଲର ଜଣେ(ଗୁଜରାଟ), ୨ଜଣ ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିସିାଳୟ ଆସୋଲେସନରେ(ଜଣେ ଗୁଜରାଟ, ଗଣେ ମହାରାଷ୍ଟ୍ର), ୩ଜଣ ଆକ୍ରାନ୍ତ ବନ୍ତ ବ୍ଲକ ଓଲଙ୍ଗ ସ୍ଥିତ ଆଦର୍ଶ ବିଦ୍ୟାଳୟ କୋଭିଡ୍ କେୟାରର ଅନ୍ତେବାସୀ(ତାମିଲନାଡୁ, ଦିଲ୍ଳୀ ଓ କର୍ଣ୍ଣାଟକ), ସେହିଭଳି ଚାନ୍ଦବାଲି ବ୍ଲକର ୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଘଣ୍ଟେଶ୍ୱର ଅପର୍ତ୍ତିଚରଣ ହାଇସ୍କୁଲ ଓ ଅନ୍ୟ ଜଣେ ମତୋ ହାଇସ୍କୁଲ ସଙ୍ଗନିରୋଧ କେନ୍ଦ୍ରର ଅନ୍ତେବାସୀ(ରାଜସ୍ଥାନ ଓ ମହାରାଷ୍ଟ୍ର) ।
ସେହିପରି ଅନ୍ୟଜଣେ ଆକ୍ରାନ୍ତ ତିହିଡି ବ୍ଲକ ସିଆରଏସ୍ କୋଭିଡ୍ କେୟାର ସେଣ୍ଟରର(ପଶ୍ଚିମବଙ୍ଗ) । ଜିଲ୍ଲାପାଳ ଡ.ଜ୍ଞାନ ଦାସ ଆଜି ଚାନ୍ଦବାଲି ବ୍ଲକର ଅପର୍ତ୍ତିଚରଣ ହାଇସ୍କୁଲ ଓ ମତୋ ହାଇସ୍କୁଲକୁ କଣ୍ଟେନମେଣ୍ଟ ଜୋନ୍ ଓ ଗୋପିନାଥପୁର, ମତୋ ୨ଟି ପଞ୍ଚାୟତକୁ ବଫର ଜୋନ୍ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଗତ ୪.୬.୨୦ତାରିଖରେ କୋଭିଡ୍ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଥିବା ଭଣ୍ଡାରିପୋଖରୀ ବ୍ଲକ ଚିଙ୍ଗୁଡିପୁର ଜଗନ୍ନାଥପୁରୟୁପିସ୍କୁଲ ଓ ମହୁରା ହାଇସ୍କୁଲ ସମୟସୀମାକୁ ଆଜି ଠାରୁ ୧୪ଦିନ ବୃଦ୍ଧି କରାଯାଇଛି ।
ଆଜି ଟ୍ରେନ ଯୋଗେ ଭଦ୍ରକ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର ୨୪୯୬ଜଣ ଭଦ୍ରକ ଷ୍ଠେସନରେ ଓହ୍ଲାଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାର ପ୍ରବାସୀ ଯେଉଁମାନେ କି ଅନ୍ୟ ଷ୍ଟେସନରେ ଓହ୍ଲାଇଥିଲେ, ସେମାନଙ୍କ ମଧ୍ୟରୁ ୩୬୮୩ ପ୍ରବାସୀଙ୍କୁ ସେମାନଙ୍କ ନିଜ ନଜ ଅଞ୍ଚଳର କ୍ୱାରେନ ଟାଇନ ସେଣ୍ଟରରେ ରଖାଯାଇଛି । ଜିଲ୍ଲାରେ କରୋନା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକ ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କୁ ଯାଇ ଏହାର ସୁପରିଚାଳନା ସମ୍ପର୍କରେ ତଦାରଖ କରିଥିଲେ ।