ବେତନଟୀ, ୧୨/୫ : ଆଜି ବୈଶିଙ୍ଗା ଥାନା ବାଳିଆପିଟା ପଦ୍ମନାଭପୁର ଟୋଲ ଫାଟକ ନିକଟରେ ଓଡି-୦୧-ଜି-୭୦୪୫ ଟ୍ରକଟି ଭାରସାମ୍ୟ ହରାଇ ର୍ୟାମ୍ପ ଉପରକୁ ମାଡି ଆସି ଥିଲା । ଏହି ସମୟରେ ପାଞ୍ଚ ଜଣ ପ୍ରବାସୀ ଏଠାରେ ପହଞ୍ଚି ମୟୂରଭଞ୍ଜକୁ ପଶିବାକୁ ଅପେକ୍ଷା କରି ଥିଲେ । ତେବେ ହଠାତ ଟ୍ରକଟି ତାଙ୍କ ପଟକୁ ମାଡି ଆସୁ ଥିବାର ଦେଖି ସେମାନେ ଦୌଡି ନିଜର ଜୀବନ ବଞ୍ଚାଇ ଥିଲେ ।
ତେବେ ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଜଣକ ଟ୍ରକ ଭିତରେ ଫସି ରହି ଥିଲା । ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡ ଓ ଅନ୍ୟମାନେ ଟ୍ରକରୁ ଡ୍ରାଇଭର ଜଣକୁ ବାହାର କରିବା ସହିତ ଚିକିସôା ପାଇଁ ଡାକ୍ତରଖାନାକୁ ପଠାଇ ଥିବାର ଜଣା ପଡିଛି । ସଂପୃକ୍ତ ଟ୍ରକଟିକୁ ପୋଲିସ ଜବତ କରିଛି ।