Odisha news

ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍:ଆସନ୍ତୁ ଜାଣିବା ଟ୍ରେନ୍‌ ଟାଇମିଂ ଏବଂ କେଉଁ ରୁଟ୍‌ରେ ଏହା ଚଳାଚଳ କରିବ

0

ନୂଆଦିଲ୍ଲୀ/ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଗଡ଼ିବ ଟ୍ରେନ୍‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ। ଏଥିଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ନିର୍ଦ୍ଦେଶାବଳୀ ଅନୁସାରେ, କେବଳ confirmed‌ E-Tickets ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ପାଇଁ ଅନୁମତି ମିଳିବ।  ଏହାପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ  କରାଯିବ। ଯେଉଁ  ଯାତ୍ରୀଙ୍କ କରୋନା ଲକ୍ଷଣ ନ ଥିବା ସେମାନଙ୍କୁ ବଗିରେ ପ୍ରବେଶ କରିବା ପାଇଁ ଅନୁମତି ଦିଆଯିବ। ବଗିର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାତ୍ରୀଙ୍କୁ ସାନିଟାଇଜର ଦିଆଯିବ। ପୂରା ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ଭୁବନେଶ୍ୱରରୁ ଦୈନିକ ଚଳାଚଳ କରିବାକୁ ଥିବା ସ୍ୱତନ୍ତ୍ର ଟ୍ରେନ୍ ଆଜି ଦିନ ୧୦ଟାରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବ।  ସେହିପରି ନୂଆଦିଲ୍ଲୀରୁ ଅପରାହ୍ଣ ୫ଟା ୧୫ରେ ଏକ ଟ୍ରେନ୍‌ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ଟ୍ରେନଗୁଡ଼ିକ ୭ଟି ଜାଗାରେ ଷ୍ଟପେଜ କରିବ। ଏହି ଷ୍ଟପେଜ୍‌ ଗୁଡ଼ିକ ହେଲା-ବାଲେଶ୍ୱର, ଖଡ଼ଗପୁର, ଟାଟା, ବୋକାରୋ ଷ୍ଟିଲ୍‌ ସିଟି, ଗୟା, ଡିଡିୟୁ ଜଙ୍କସନ, କାନପୁର ସେଣ୍ଟ୍ରାଲ୍‌।

ଅନ୍ୟପକ୍ଷରେ ଆଜି ଚାଲିବାକୁ ଥିବା ଟ୍ରେନ୍‌ ପାଇଁ ଗତକାଲିଠୁ IRCTC ୱେବ୍‌ସାଇଟ୍‌ରେ ବୁକିଂ ହୋଇଥିଲା। ତେବେ ଭୁବନେଶ୍ୱର-ଦିଲ୍ଲୀ ଟ୍ରେନ୍‌ ଟିକେଟ ଘଣ୍ଟାଏ ଭିତରେ ଶେଷ ହୋଇଯାଇଥିଲା। ଘଣ୍ଟାଏରୁ କମ୍‌ ସମୟରେ ଟିକେଟ ସରି ଯାଇଥିବା ନେଇ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। ୧୪ ତାରିଖ ପାଇଁ ମଧ୍ୟ ୯୦ ପ୍ରତିଶତ ଟିକେଟ ବିକ୍ରି ସରିଛି। କେବଳ ଏସି ବଗିରେ ୫୬ଟି ଟିକେଟ ବାକି ଥିବା ରେଲ୍‌ୱେ ସୂଚନା ଦେଇଛି। ୧୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀ ଏସି ଟିକେଟ ଆଉ ନ ଥିବା ପୂର୍ବତଟ ରେଲ୍‌ୱେ ସୂଚନା ଦେଇଛି।

ଜାଣନ୍ତୁ ଆଜିଠୁ କେଉଁସବୁ ଟ୍ରେନ୍‌ ଗଡ଼ିବ ଓ ଏହାର ଟାଇମିଂ ଏବଂ କେଉଁ ରୁଟ୍‌ରେ ଏହା ଚଳାଚଳ କରିବ…

Leave A Reply