Odisha news

ଦେଢ଼କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ସାଲେପୁର ବ୍ଲକ୍ ସମ୍ମିଳନୀ କକ୍ଷ ଗୃହକୁ ଶିଳାନ୍ୟାସ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

0

ସାଲେପୁର  : ସାଲେପୁର ବ୍ଲକ୍ ପରିସରରେ ପ୍ରାୟ ଦେଢ଼କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବ୍ଲକ୍ର ସମ୍ମିଳନୀ କକ୍ଷ ଗୃହର ଶିଳାନ୍ୟାସ ଦିଆଯାଇଛି । ଏହି ଅବସରରେ ଆଇନ୍, ପଞ୍ଚାୟତିରାଜ, ସହରାଞ୍ଚଳ ବିକାଶ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୃହର ଶିଳାନ୍ୟାସ ଦେଇଥିଲେ ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ପି.ଡି. ମହମ୍ମଦ ଅବଦୁଲ ଅକତର, ବ୍ଲକ୍ ଅଧ୍ୟକ୍ଷା ମମତା ରାଉତ, ବ୍ଲକ୍ ଆତ୍ମା ସଭାପତି ଦିଲ୍ଲୀପ ଦାଶ, ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା, ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ଭୂୟାଁ, ଶୁଭାଶିଷ ପ୍ରଧାନ, ବିଡ଼ିଓ ଦେବରାଜ ସେଠୀ, ଏବିଡ଼ିଓ ସନ୍ତୋଷ କୁମାର ଶତପଥୀଙ୍କ ସମେତ ବ୍ଲକ୍ର ବିଭିନ୍ନ ବିଭାଗର କର୍ମଚାରୀ ସହ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.