Odisha news

ସାଲେପୁର : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଓ ବିଧାୟକ

0

ସାଲେପୁର : ରାଜ୍ୟ ଆଇନ୍, ସହରାଞ୍ଚଳ ବିକାଶ, ପାନୀୟଜଳ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଓ ସାଲେପୁର ବିଧାୟକ ତଥା ଜିଲ୍ଲା ବିଜୁ କୃଷକ ସେଲ୍ ସଭାପତି ପ୍ରଶାନ୍ତ ବେହେରା ମିଳିତ ଭାବେ ଆଜି ସାଲେପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା ସାଲେପୁର ଅଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କଚ୍ଛପ ଗତିରେ ହେଉଥିବାର ଅନୁଭବ କରି ତୁରନ୍ତ ସରକାରଙ୍କ ବିଭିନ୍ନ ଯୋଜନାର ଉନ୍ନୟନ ମୂଳକ କାର୍ଯ୍ୟକୁ ଲୋକାଭିମୁଖୀ କରିବାପାଇଁ ବ୍ଲକ୍ ପ୍ରଶାସନକୁ ତାଗିଦ୍ କରିଥିବା ଜଣାଯାଇଛି ।

ଏଥି ସହ ମନରେଗା କାର୍ଯ୍ୟ ମାଧ୍ୟମରେ ବ୍ୟାପକ ଭାବେ ଏହି ଅଞ୍ଚଳରେ ଶ୍ରମ ଦିବସ ସୃଷ୍ଟି କରି ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ସହ ପ୍ରତ୍ୟେକ ପଞ୍ଚାୟତରେ ପଡିରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ କଡ଼ା ନିର୍ଦେଶ ଦେଇଛନ୍ତି । ଏଥି ସହ ପାନୀୟଜଳରୁ ଯେପରି ଲୋକମାନେ ବଞ୍ଚôତ ନହୁଅନ୍ତି, ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନବାନ୍ ହେବାକୁ କହିଥିଲେ । ସେହିପରି ପୋଖରୀ ଖନନ ଉପରେ ଗୁରୁତ୍ୱ ଦେବା ସହ ଏହା ମାଧ୍ୟମରେ ମାଛଚାଷ କରାଯାଇ ପଞ୍ଚାୟତର ନିଜସ୍ୱ ରାଜସ୍ୱ ବୃଦ୍ଧି ପାଇଁ ଗୁରୁତ୍ୱ ଦେବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି । ଅପର ପକ୍ଷେ ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟର ଗୁଣମତା ଦିଗରେ ସର୍ବଦା ଦୃଷ୍ଟି ଦେବାକୁ ମଧ୍ୟ ବ୍ଲକ୍ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ପି.ଡି. ମହମ୍ମଦ ଅବଦୁଲ ଅକ୍ତର,  ବ୍ଲକ୍ ଅଧ୍ୟକ୍ଷା ମମତା ରାଉତ, ଆଇ.ଆଇ.ସି. ଦେବେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ବ୍ଲକ୍ କୃଷି ଅଧିକାରୀ ରବିନ୍ଦ୍ର କୁମାର ଖଟୁଆ, ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀ ବିବେକାନନ୍ଦ ସାହୁ,  ବିଡ଼ିଓ ଦେବରାଜ ସେଠୀ, ଏବିଡିଓ ସନ୍ତୋଷ କୁମାର ଶତପଥୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶେଖର, ଆର.ଡବ୍ଲୁ ଏସ୍.ଏସ୍. କନିଷ୍ଠ ଯନ୍ତ୍ରୀ ସମରେଶ ଭୂୟାଁ, ଯୋଗାଣ ଅଧିକାରୀ ରେଶମା ଦାଶ, ବ୍ଲକ୍ ଆତ୍ମା ସଭାପତି ଦିଲ୍ଲୀପ ଦାଶ, ବ୍ଲକ୍ ଉପାଧ୍ୟକ୍ଷ ରମେଶ ଜେନା, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ପ୍ରାକ୍ତନ ସଭାପତି ଅଶୋକ ଓଝା, ଜିଲ୍ଲାପରିଷଦ ସଭ୍ୟ ଚିତ୍ତରଂଜନ ମହାନ୍ତି, ଶୁଭାଶିଷ ପ୍ରଧାନ, ଯୁବନେତା ନାରାୟଣ ପତି, ସମାଜସେବୀ ନବକିଶୋର କର, ଯୁବନେତା ପୁଷ୍ପଜିତ୍ ପ୍ରଧାନ, ଯୁବନେତା ସଂଜିତ୍ ଦାଶ, ଯୁବନେତା ଚିତ୍ତରଂଜନ ପୁହାଣଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ଶିଶୁଆ ଡାକବଙ୍ଗଳା ପରିସରରୁ ସାମାଜିକ ଦୂରତା ରକ୍ଷା କରାଯାଇ ବ୍ଲକ୍ ପରିସର ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । କାର୍ଯ୍ୟକ୍ରମରେ ଶିଶୁଆ ସମିତିସଭ୍ୟ ଜୟପ୍ରକାଶ ନାୟକ, ଚନ୍ଦ୍ରାଦେଇପୁର ସମିତି ସଭ୍ୟ ସନ୍ତୋଷ ମହାପାତ୍ର, ସମିତିସଭ୍ୟା ରଂଜିତା ସେଠୀ, ଯୁବନେତା ହରିହର ବେହେରା, ଯୁବନେତା ବିରଞ୍ଚô କର, ସରପଞ୍ଚ ରଣଜିତ୍ ଦାସ, ସୁଶାନ୍ତ ବେହେରା, ରୁଟୁନା ସାହୁ, ରଂଜନ ଦାଶ, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଭାସ ଚନ୍ଦ୍ର ସ୍ୱାଇଁ, ଅଶ୍ୱିନୀ ଦାସ, ପ୍ରଭାତ ନାୟକଙ୍କ ସମେତ ଦଳୀୟ ସରପଞ୍ଚ, ସମିତିସଭ୍ୟ ଓ କର୍ମୀ ଉପସ୍ଥିତ ଥିବାର ଦେଖାଯାଇଥିଲା ।

Leave A Reply