ଧର୍ମଶାଳା : ଦୀର୍ଘଦିନ ହେଲା ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗିରହିଥିବା ବେଳେ ଆଜି ସକାଳୁ ତୁହାକୁ ତୁହା ବର୍ଷା ହେବାରୁ ଲୋକେ ଗରମରୁ ତ୍ରାହି ପାଇଛନ୍ତି । ଆଜି ସକାଳୁ ଆକାଶ ମେଗାଛନ୍ନ ରହିବା ସହ ତୁହାକୁ ତୁହା ବର୍ଷା ହୋଇଥିଲା । ଅପ୍ରେଲ ମାସ ଆରମ୍ଭରୁ ଟାଣ ଖରା ଆରମ୍ଭ ହେବା ସହ ଗରମ ଓ ଗୁଳୁଗୁଳି ବଡିଥିଲା । ଏପରିକି ଖରାର ପ୍ରକୋପରେ ଲୋକେ ଦିନ ୧୧ ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଥିଲା । ଚଳିତ ବର୍ଷ ଖରାଦିନରେ ଧର୍ମଶାଳା ବ୍ଲକ ଅଂଚଳରେ ତାପାମାତ୍ରା ୪୦ରୁ ଉର୍ଦ୍ଧ ହୋଇଥିବା ରେକର୍ଡ କରାଯାଇଥିଲା ।
ଆଜି ଠାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁ ଲୋକେ ଆସ୍ୱସ୍ତି ଲାଭ କରିଥିବା ବେଳେ ରଜ ପର୍ବକୁ ଏହି ବର୍ଷା ଫିକା ପକାଇ ଦେବା ନେଇ ଆଶଙ୍କା କରାଯାଉଛି । ଦିନକ ପରେ ରଜ ପର୍ବ ଆରମ୍ଭ ହେଉଥିବାରୁ ଲୋକେ ଏବେ କିଣାବିକାରେ ବ୍ୟସ୍ତ ରହିଥିବା ବେଳେ ବର୍ଷା କିଛିଟା ଫିକା ପକାଇଦେଇଛି । ହେଲେ ଗୁଳୁଗୁଳି ରୁ ଲୋକେ ତ୍ରାହି ପାଇ ଆସ୍ୱସ୍ତି ଅନୁଭବ କରିଛନ୍ତି । ଅନ୍ୟପଟେ ଚଳିତଥର ସଠିକ ସମୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀମାନଙ୍କ ମୁହଁରେ ଖୁସି ଫୁଟିଥିବା ଦେଖିବାକୁ ମିଳିଛି । ଏଭଳି ଭାବେ ଯଦି ବର୍ଷା ଲାଗିରହେ ତେବେ ଏଥର ଠିକ ସମୟରେ ବୁଣାବୁଣି ଓ ରୁଆପୋତା ହୋଇପାରିବ ବୋଲି ଚାଷୀମାନେ ଆଶାବ୍ୟକ୍ତ କରିଛନ୍ତି । ବିଦୁ୍ୟତ ବିଭ୍ରାଟ ନେଇ ଉପଭୋକ୍ତା କମିଟିର ଅସନ୍ତୋଷ