Odisha news

ବାଲେଶ୍ୱର ଭିଜିଲାନ୍ସ ଟିମ ର ଚଢ଼ଉ :କାରରୁ ବାହାରିଲା ୩ ଲକ୍ଷ ୯୧ ହଜାର ଟଙ୍କା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ହାଟ ଛକରୁ ଗିରଫ ,

0

ବେତନଟୀ : ଆଜି ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା  ଅଧିକାରୀ ଡା. ଅଭୟ ତ୍ରିପାଠୀ ଓଡି-୧୧ଆର-୮୪୪୪ କାରରେ ବେତନଟୀ ପଶୁ ଚିକିତ୍ସାୟକୁ ଯାଉ ଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ ତାଙ୍କୁ ବେତନଟୀ ହାଟ ଛକ ନିକଟରେ ଅଟକାଇ ଥିଲେ । କାର ସହିତ ଡା. ଅଭୟ ତି୍ରପାଠୀଙ୍କୁ ବେତନଟୀ ଜାତୀୟ ରାଜପଥ ବିଶ୍ରାମଗୃହକୁ ନିଆ ଯାଇ ଥିଲା ଓ ସେଠାରେ ଯାଞ୍ଚ କରିବା ପରେ ସେ ବ୍ୟବହାର କରୁ ଥିବା ଗାଡିରୁ ୫ଟି ପ୍ୟାକେଟରେ ତିନି ଲକ୍ଷ ୯୧ ହଜାର ଟଙ୍କାର ବାହାରି ଥିଲା । ଏହି ଟଙ୍କା ମଧ୍ୟରେ ୨୦୦୦ ଟଙ୍କିଆ, ୫୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୧୦୦ ଟଙ୍କିଆ ନୋଟ ଥିଲା । ତେବେ ପୃଥକ ପାଞ୍ଚ ଗୋଟି ପ୍ୟାକେଟରେ ଥିବାରୁ ଏହି ଟଙ୍କା କେହି ଜିଲ୍ଲା ମୁଖ୍ୟ ଚିକିତ୍ସା  ଅଧିକାରୀ ଡା. ଅଭୟ ତ୍ରିପାଠୀଙ୍କୁ ଦେଇ ଥିବାର ଭିଜିଲାନସ ଅନୁମାନ କରୁଛି ।

ବାଲେଶ୍ୱର ଭିଜିଲାନସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିଦେ୍ର୍ଦଶକ୍ରମେ ଆଡିସନାଲ ଏସପି ନିର୍ମଳ ମହାନ୍ତିଙ୍କ ନେତୃତ୍ୱରେ ଡିଏସପି ସନ୍ତୋଷ ସାମାନ୍ତରାୟ, ଇନସପେକ୍ଟର ଭାଗ୍ୟଲକ୍ଷ୍ମୀ ପୁହାଣ ଓ ବାଲେଶ୍ୱର ଭିଜିଲାନସ କର୍ମଚାରୀ ମାନେ ଡା. ଅଭୟ ତ୍ରିପାଠୀଙ୍କ ପାଖରୁ ଏତେ ଟଙ୍କା କେମିତି ଆସିଲା ଓ କେଉଁଠୁ ଆସିଲା ଜେରା ଆରମ୍ଭ କରି ଥିଲେ । ଡା. ତ୍ରିପାଠୀଙ୍କ ପାଖରୁ ସୂଚନା ପାଇ ଭିଜିଲାନସ ବିଭାଗ ତରଫରୁ ତାଙ୍କର ବାରିପଦା ସ୍ଥିତ କାର୍ଯ୍ୟାଳୟ, ମଧୁବନରେ ସେ ରହୁ ଥିବା ଭଡା ଘର ଓ ଭୁବନେଶ୍ୱର ଖଣ୍ଡଗିରିବାରିରେ ଥିବା ଜୟଦେବ ବାଟିକାରେ ଭିଜିଲାନସ ଚଢ଼ାଉ କରି ଥିବାର ଜଣା ପଡିଛି ।

ଯାଜପୁରରେ ଥିବା ଡା. ତ୍ରିପାଠୀଙ୍କ ପୈତୃକ ଘରେ କେହି ନଥିବାର ଜଣା ପଡିଛି । ପରେ ଡା. ଅଭୟ ତି୍ରପାଠୀଙ୍କୁ ଆଣି ଆରଡି ବିଶ୍ରାମଗୃହରେ ପଚରା ଉଚରା କରାଯିବା ପରେ ବାଲେଶ୍ୱର ନିଆ ଯାଇ ଥିବାର ଜଣା ପଡିଛି । ଡା. ତ୍ରିପାଠୀଙ୍କୁ ଗିରଫ ପରେ ଆସନ୍ତାକାଲି କୋର୍ଟ ଚାଲାଣ କରା ଯିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ସିଡିଭିଓ ଡା. ଅଭୟ ତ୍ରିପାଠୀ ବେତନଟୀ ବ୍ଲକର ମୁକ୍ତାପୁର ଓ ଜାମପଦାରେ ଦୁଇଟି ଏମକେୟୁୱାଇ ପ୍ରକଳ୍ପକୁ ଦେଖି ତାର ଫଟୋ ଓ ଭିଡିଓ କରିବାକୁ ଆସି ଥିଲେ । ଆସିବା ବେଳକୁ ସେ ବେତନଟୀ ବିଭିଓ ଡା. ବ୍ରଜବନ୍ଧୁ ବେହେରାଙ୍କୁ ଖବର ଦେଇ ଥିଲେ । ଡା. ବ୍ରଜବନ୍ଧୁ ବେହେରା ବେତନଟୀ ପଶୁ ଡାକ୍ତରଖାନାରେ ଡା. ତ୍ରିପାଠୀଙ୍କୁ ଅପେକ୍ଷା କରି ଥିଲେ । ହେଲେ ଡାକ୍ତର ତ୍ରିପାଠୀ ରାସ୍ତାରେ ଭିଜିଲାନସ ଦ୍ୱାରା ଅଟକ କରା ଯାଇ ଥିଲେ । ତେବେ ଏହି ଟଙ୍କା ବାବଦରେ ଭିଜିଲାନସ ବିଭାଗ ନିଜସ୍ୱ ଗୁଇନ୍ଦା ସୂଚନା ସଂଗ୍ରହ କରି ଥିଲା ବୋଲି ଚଢ଼ାଉ ଦଳର ମୁଖ୍ୟ ଆଡିସନାଲ ଏସପି ନିର୍ମଳ ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ସବୁ ବର୍ଗର ଲୋକଙ୍କ ସହାୟତାରେ ଲାଗି ପଡିଛନ୍ତି ବଡସାହି ବିଧାୟକ ସନାତନ :

Nalco

Leave A Reply