ବୋଲଗଡ଼ : କରୋନା ମହାମାରୀ ପାଇଁ ସାରା ବିଶ୍ୱ ଆତଙ୍କିତ ହୋଇଥିବାବେଳେ ଏହାକୁ ମୁକାବିଲା କରିବାପାଇଁ ବିଭିନ୍ନସ୍ତରରେ ପଦକ୍ଷେପ ନିଆଯାଉଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଓ ବେଗୁନିଆ ଦୁଇଟି ବ୍ଲକରେ ସ୍ଥାନୀୟ ସ୍ୱାଭିମାନ ମଞ୍ଚ ପକ୍ଷରୁ କରୋନା ଯୋଦ୍ଧା ସାଜିଥିବା ତହସିଲଦାର,ଥାନା ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଶନିବାର ଦିନ ସମ୍ବର୍ଦ୍ଧିତ କରାଯାଇଥିଲା ।
ବୋଲଗଡ ତହସିଲ କାର୍ଯ୍ୟାଳୟ ପରିସରରେ ସ୍ୱାଭିମାନ ମଞ୍ଚର ଆବାହକ ସମାଜସେବୀ ଶିବପ୍ରସାଦ ମିଶ୍ରଙ୍କ ପୈାରହିତ୍ୟରେ ପୂର୍ବତନ ସେନା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଅତିଥି ଭାବ େଯୋଗଦେଇଥିଲେ । ଏହି ଅବସରରେ କରୋନା ସମୟରେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଜନସାଧାରଣଙ୍କୁ ସୁରକ୍ଷା ଓ ସେବା ଯୋଗାଇ ଆସୁଥିବା ବୋଲଗଡ ତହସିଲଦାର ମୋନାଲିସା ପଣ୍ଡା,ଥାନା ଅଧିକାରୀ ଶେଖ୍ ଆକବର ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ଗଙ୍ଗାଧର ଦାଶ,ପ୍ରଦୀପ କୁମାର ପ୍ରଧାନ, ଦିଲ୍ଲୀପ କୁମାର ଚଉଧୁରୀ,ରଘୁନାଥ ମଲ୍ଲିକ, ପ୍ରସନ୍ନ ସ୍ୱାଇଁ ପ୍ରମୁଖଙ୍କୁ ଉତ୍ତରୀୟ,ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ଷଡଙ୍ଗୀ,ଶ୍ରମିକ ନେତା ରାଧାମୋହନ ସାହୁ, ସେବା ଟ୍ରଷ୍ଟର ସ୍ନେହାଶିଷ ନାୟକ ଓ ସୁଦାମ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।