Odisha news

ନିରାଡମ୍ବର ଭାବେ ପାଳୀତ ହେଲା କୁଞ୍ଜବିହାରୀ ଦେବଙ୍କ ଚନ୍ଦନ ଯାତ୍ରା

0

ବୋଲଗଡ଼ : ଶ୍ରୀକ୍ଷେତ୍ର ପୁରୀର ଚନନ୍ଦନଯାତ୍ରା ପରେ ଅଭିଭକ୍ତ ପୁରୀ ଜିଲ୍ଲାରେ ଅନ୍ୟତମ ସର୍ବପୁରାତନ ଓ ପ୍ରସିଦ୍ଧ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବୋଲଗଡର ଶ୍ରୀଶ୍ରୀ କୁଞ୍ଜବିହାରୀଦେବଙ୍କ ଚନ୍ଦନଯାତ୍ରା କରୋନା ମହାମାରୀ  ପାଇଁ ଲକ୍ଡାଉନର ନିୟମକୁ ମାନି ନିରାଡମ୍ବରଭାବେ ଗତ ଶୁକ୍ରବାର ଦିନ ଉଦ୍ୟାପିତ ହୋଇଯାଇଛି ।

ପବିତ୍ର ଅକ୍ଷିତୃତୀୟା ଠାରୁ ଆରମ୍ଭ ହୋଇ ୨୧ ଦିନ ପର୍ଯ୍ୟନ୍ତ ଠାକୁର ଚାପ ପୋଖରିକୁ ନଯାଇ ପରମ୍ପରାକୁ ବଜାଇ ରଖିବାପାଇଁ ମନ୍ଦିର ପରିସର ମଧ୍ୟରେ ଏକ କୃତ୍ରିମ ଜଳାଶୟ ନିର୍ମାଣ କରାଯାଇ ଥିଲା ।  ୨୧ ଦିନ ଧରି ପ୍ରତ୍ୟେହ ସନ୍ଧ୍ୟାରେ ଏହି ଜଳାଶୟରେ ଠାକୁରଙ୍କୁ ନୈାକା ବିହାର କରାଯାଇ ଚାପ ଖେଳାଯାଇଥିଲା । ଏହି ଠାକୁରଙ୍କର ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ବୋଲଗଡର ପୂର୍ବତନ ଜମୀଦାର ବାମନ ମହାପାତ୍ରଙ୍କ ବଂଶଜ ଦିନେଶ ଚନ୍ଦ୍ର ମହାପାତ୍ର ଓ ଧୀରେଶ ମହାପାତ୍ରଙ୍କ ତତ୍ୱାବଧାନରେ ସାମାଜିକ ଦୁରତା ରକ୍ଷା କରାଯାଇ ହାତ ଗଣତି କେତେକ ସେବାୟତମାନଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା ।

Leave A Reply