Odisha news

ଥାଇରଏଡ଼ର ଲକ୍ଷଣ ଓ ଏହା ଶରୀର ଉପରେ କି ପ୍ରଭାବ ପକେଇ ଥାଏ

0
ଥାଇରଏଡ଼ ଗୋଟିଏ ପ୍ରକାରର ହର୍ମନ ଅଟେ , ଯାହା ଥାଇରଏଡ଼ ଗ୍ରନ୍ଥୀ ରୁ ବାହାରି ଥାଏ l ଏହି ଥାଇରଏଡ଼ ଗ୍ରନ୍ଥୀ ଗଳାର ମଧ୍ୟ ଭାଗରେ ରହିଥାଏ l ଥାଇରଏଡ଼ ରେ ମଣିଷ ସେତେବେଳେ ପୀଡିତ ହୋଇଥାଏ ଯେତେବେଳେ ଥାଇରଏଡ଼ ଗ୍ରନ୍ଥୀ ରୁ ଥାଇରଏଡ଼ ହାର୍ମାନ କମ ନିର୍ଗତ ହୋଇଥାଏ , ଅଧିକ ନିର୍ଗତ ହେବା ମଧ୍ୟ ଭଲ ନୁହେଁ l ଯଦି ଥାଇରଏଡ଼ ହର୍ମନ କମ ନିର୍ଗତ ହୋଇଥାଏ ତେବେ ଶରୀରର ଅନେକ ଫକ୍ସନ ସ୍ଲୋ ହୋଇ ଯାଇଥାଏ l
ଥାଇରଏଡ଼ ର ଲକ୍ଷଣ :-
– ଥାଇରଏଡ଼ ସମସ୍ୟା ଦେଖା ଯାଇଥିଲେ ସାମାନ୍ୟ କାର୍ଯ୍ୟରେ ମଧ୍ୟ ଥକା ଲାଗିଥାଏ l
– ଏହାଛଡା ସବୁବେଳେ ଥଣ୍ଡା ଓ ସର୍ଦି ଲାଗି ରହିଥାଏ l
– ଓଜନ ବୃଦ୍ଧି ହୋଇଥାଏ ଓ ମସଲସ ରେ ଯନ୍ତ୍ରଣା ଅନୁଭବ ହୋଇଥାଏ l
– ଏହାଛଡା ଯଏଣ୍ଟ ପେନ୍ , କେଶ ଝାଡ଼ିବା , ମହିଳା ମାନଙ୍କ ନିକଟରେ ପିରିଅଡସ ର ଅନିୟମିତତା , ଫର୍ଟିଲିଟି ସମସ୍ୟା , ହାର୍ଟ ସମସ୍ୟା ଓ ଡିପ୍ରେସନ ସମସ୍ୟା ଦେଖା ଯାଇଥାଏ l
ଥାଇରଏଡ଼ ର କାରଣ – :
– ଥାଇରଏଡ଼ ପାଇଁ ଅଟୋଇମ୍ୟୁନ ଡିଜିଜ ଦାୟୀ ରହିଥାଏ l
– ଏହାଛଡା ସର୍ଜରୀ , ରେଡ଼ିଏସନ ଥେରାପି କିଛି ଔଷଧ ମଧ୍ୟ ଏଥିପାଇଁ ଦାୟୀ l
– ଅନେକ କ୍ଷେତ୍ରରେ ଆୟୋଡିନ ମଧ୍ୟ
ଥାଇରଏଡ଼ ପାଇଁ ଦାୟୀ l
ଏହିସବୁ ଖାଦ୍ୟ ଥାଇରଏଡ଼ ସମସ୍ୟା ପାଇଁ ଦାୟୀ -:
 – ନିଜ ଖାଦ୍ୟରେ ଗ୍ଲୁଟେନ ପ୍ରୋଟିନ ଯୁକ୍ତ ଖାଦ୍ୟ ବିଶେଷ ଭାବେ ଦାୟୀ l ଯାହା ଗହମ , ବାର୍ଲି ଇତ୍ୟାଦିରେ ମିଳିଥାଏ l ଏହିସବୁ ଖାଦ୍ୟ ଅଧିକ ଥାଇରଏଡ଼ ସମସ୍ୟା କୁ ବଢ଼ାଇ ଦେଇଥାଏ l
– ଅଲଟ୍ରା ପ୍ରୋସେସ ଫୁଡ ଥାଇରଏଡ଼ ସମସ୍ୟା କୁ ଅଧିକ ବଢ଼ାଇ ଦେଇଥାଏ l ଏହାଛଡା ଅଲଟ୍ରା ପ୍ରୋସେସ ଫୁଡ ହାର୍ଟ ରୋଗ ର ମଧ୍ୟ କାରଣ ହୋଇଥାଏ l ଅଲଟ୍ରା ପ୍ରୋସେସ ଫୁଡ ଅନେକ ରୋଗର ମଧ୍ୟ୍ କାରଣ ହୋଇଥାଏ l
– ଯେଉଁ ସବୁ ଖାଦ୍ୟ ରେ ଅଧିକ ତେଲ ଓ ଘିଅ ର ପ୍ରୟୋଗ ହୋଇଥାଏ , ଯେଉଁ ଥିରେ ଅଧିକ ଆର୍ଟିଫିସିଆଲ ସୁଗାର ର ପ୍ରୟୋଗ ହୋଇଥାଏ ସେହିଭଳି ଖାଦ୍ୟ ଖାଇବା ଉଚିତ ନୁହେଁ l
– ଚିପ୍ସ , ବରଗର , ପିଜା , କୋଲଡ଼ ଡ୍ରିଂକ୍ସ , ଫ୍ରୋଜନ ଫୁଡ ଓ ପ୍ୟାକେଜ ଫୁଡ ଥାଇରଏଡ଼ ରୋଗୀ ମାନେ ଖାଇବା ଉଚିତ ନୁହେଁ l
Leave A Reply