Odisha news

ଶିମିଳପାଳ ଅଭୟାରଣ୍ୟରେ ଅଖଣ୍ଡ ଶିକାର : ମୃତ କୁଟାରୀ ସହ ୭ ଗିରଫ

0

ଠାକୁରମୁଣ୍ଡା – 5/4 :  କରଞ୍ଜିଆ ବନଖଣ୍ଡ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳରେ ଅଖଣ୍ଡ ଶିକାର ବେଳେ ୭ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଶିକାର ହୋଇ ମୃତ୍ୟୁବରଣ କରିଥିବା ଏକ କୁଟାରୀ ସହିତ ବ୍ୟାପକ ମାରଣାସ୍ତ୍ର ଜବତ କରାଯାଇଛି l ସମସ୍ତ ୭ ଜଣ ଶିକାରୀ ସାତକୋଶିଆ ଅଞ୍ଚଳର l ଦିନବେଳା ପେଟ୍ରୋଲିଂ ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେଞ୍ଜର ରବୀନ୍ଦ୍ର ନାଥ ମହାନ୍ତଙ୍କ ନେତୃତ୍ୱରେ ଟିମ ଜଙ୍ଗଲ ଭିତରେ ଚଢ଼ାଉ ଆରମ୍ଭ କରିଥିଲେ l ଅପରାହ୍ନ ପ୍ରାୟ ସାଢେ ତିନିଟା ବେଳେ ଶିକାରୀଙ୍କୁ କାବୁ କରିଥିଲା ବନ ବିଭାଗ l ସମସ୍ତଙ୍କୁ ସାତକୋଶିଆ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି l ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ l ଚଢ଼ାଉ ଟିମରେ ରେଞ୍ଜର ସମେତ ବନପାଳ ଗିରିଜା ନନ୍ଦନ ଦଳେଇ, ବିଜୟ ମହାନ୍ତ, ବିଶ୍ୱଜିତ ମହାନ୍ତ, ବନରକ୍ଷୀ ସନତ ମହାନ୍ତ, ଗଦାଧର ମହାନ୍ତ ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ l ଗିରଫ ହୋଇଥିବା ଶିକାରୀ ହେଲେ ପ୍ରଶାନ୍ତ ନାଏକ (38) ସାତକୋଶିଆ, ସାଧୁ ମହାକୁଡ଼ (40) ଘୁକ୍ଳଘୁଳିଆ, ଅନାମ ସୋରେନ (31) ଘୁକ୍ଳଘୁଳିଆ, ମଙ୍ଗୁଳୁ das (55) ସାତକୋଶିଆ, ଦିନେଶ ମହାକୁଡ଼ (23) ସାତକୋଶିଆ, ସନ୍ତୋଷ କୁମାର ଦାସ (23) ସାତକୋଶିଆ ଓ ପଦ୍ମଲୋଚନ ଦାସ (30)ସାତକୋଶିଆ ଗ୍ରାମର ବୋଲି ଜଣାପଡିଛି l

Leave A Reply