ଠାକୁରମୁଣ୍ଡା -4/1 : ଠାକୁରମୁଣ୍ଡା ବ୍ଲକର ବୈଦ୍ୟ ମାନଙ୍କୁ ନେଇ ଗତ 31 ତାରିଖରେ ଠାକୁରମୁଣ୍ଡାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଆରସିଡିସି ସହାୟତାରେ ଆରଆରଡିଓ ଦ୍ୱାରା ଆୟୋଜିତ ଏହି ଦ୍ୱିତୀୟ ବୈଠକରେ 20 ରୁ ଉର୍ଦ୍ଧ ବୈଦ୍ୟ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ l ପ୍ରାକୃତିକ ଜଙ୍ଗଲରେ ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ ଓ ଆବଶ୍ୟକ ସୁରକ୍ଷା ପାଇଁ ବୈଦ୍ୟମାନେ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି ନିମିତ୍ତ ଆଲୋଚନା କରାଯାଇଥିଲା l ବୈଦ୍ୟ ମାନେ ନିଜ ଜ୍ଞାନର ଦଲିଲ କରଣ, ଔଷଧୀୟ ବୃକ୍ଷରୁ ଚିରସ୍ଥାୟୀ ଅମଳ, ନୂତନ ବୈଦ୍ୟ ସୃଷ୍ଟି ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା l ଠାକୁରମୁଣ୍ଡା ଅଞ୍ଚଳରେ କେଉଁ ବୈଦ୍ୟ କେଉଁ ଚିକିତ୍ସା ପାଇଁ ବିଶାରଦ ତା ଉପରେ ଆଲୋଚନା କରାଯାଇ ତାହା କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ତାହା ଆଲୋଚନା ହୋଇଥିଲା l ଆରସିଡିସି କାର୍ଯ୍ୟକ୍ରମ ଅଧିକାରୀ ଆନନ୍ଦ ସେଠି ଯୋଗଦେଇ ପାରମ୍ପରିକ ଚିକିତ୍ସାକୁ ଲୋକପ୍ରିୟ କରିବା ସହିତ ଯୁବ ପିଢ଼ି ଓ ମହିଳା ମାନଙ୍କୁ ତାଲିମ ଦେଇ ନୂଆ ବୈଦ୍ୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ l ଆରଆରଡିଓ ସମ୍ପାଦକ ଶରତ ତ୍ରିପାଠୀ ବୈଦ୍ୟମାନଙ୍କୁ ଚି଼ହ୍ନଟ କରି ବିଧିବଦ୍ଧ ଭାବେ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଠାକୁରମୁଣ୍ଡା ବୈଦ୍ୟ ସଂଘ ସଭାପତି ଗିରିଶ ଚନ୍ଦ୍ର ମହାନ୍ତଙ୍କ ପୌରାହିତ୍ୟରେ ବୈଠକ ଆୟୋଜିତ ହୋଇଥିଲା l ପୂର୍ବ ପରି ନିୟମିତ ବ୍ୟବଧାନରେ ବୈଠକ ପାଇଁ ସହଯୋଗ, ତାଲିମ, ପ୍ରଚାର, ପ୍ରସାର, ବିଭିନ୍ନ ସ୍ଥାନକୁ ଜ୍ଞାନବର୍ଦ୍ଧକ ଭ୍ରମଣ ନିମିତ୍ତ ସହାୟତା ଯୋଗାଇ ଦେବା ପାଇଁ ଆରସିଡିସିକୁ ବୈଦ୍ୟ ମାନେ ନିବେଦନ କରିଥିଲେ l ଶେଷରେ ନୀତିମା ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l।