ଠାକୁରମୁଣ୍ଡା ତା ୨୮/୧୨ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ଠାରେ ବୁଧବାର ଦିନ ରାଜ୍ୟ କୁଡୁମୀ ସେନା ପକ୍ଷରୁ ଏକ ସମୀକ୍ଷା ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ବୈଠକରେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ କୁଡୁମୀ ସେନା ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ।କୁଡୁମୀ ସେନାର ପ୍ରତିଷ୍ଠତା ତଥା ରାଜ୍ୟ ସଭାପତି ଜୟମୁନି ମହାନ୍ତ ଙ୍କ ସଭାପତିତ୍ୱ ରେ ରାଜ୍ୟ ଉପସଭାପତି ଉପେନ୍ଦ୍ର ମହାନ୍ତ,ଜିଲ୍ଲା ଉପ ସଭାପତି ବଳଭଦ୍ର ମହାନ୍ତ,କେନ୍ଦୁଝର ଜିଲ୍ଲା ସଭାପତି କୈଳାଶ ମହାନ୍ତ,ବାଲେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ,ସୁଭାଷ ମହାନ୍ତ,ଛତିଶ ମହାନ୍ତ,ଭାରତ ମହାନ୍ତ,ମହିଳା ସେନା ର ଅଞ୍ଜନା ମହାନ୍ତ,ସୁଜାତା ମହାନ୍ତ,ନିରୂପମା ମହାନ୍ତ,ସରସ୍ୱତୀ ମହାନ୍ତ,ସୁଭଦ୍ରା ମହାନ୍ତକର୍ମୀ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ସହ କୁଡୁମାଲି ଭାଷା ଅଷ୍ଟମ ଅନୁଛେଦ ରେ ସ୍ଥାନ ଦେବାକୁ ସଭାରେ ବକ୍ତା ମାନେ ଦାବୀ କରିଥିଲେ। ସରକାର କୁଡୁମୀ ସେନା ର ଦାବୀ କୁ ଦୀର୍ଘ ୧୨ ବର୍ଷ ଧରି କର୍ଣ୍ଣପାତ କରୁ ନଥିବାରୁ ଆସନ୍ତା ଜାନୁୟାରୀ ମାସ ଠାରୁ ସେନା ପକ୍ଷରୁ ଆନ୍ଦୋଳନ କୁ ବ୍ୟାପକ କରିବାକୁ ବୈଠକ ରେ ନିଷ୍ପତ୍ତି କରାଯାଇଥିବାର ସେନାର ରାଜ୍ୟ ସଭାପତି ଜୟମୁନି ମହାନ୍ତ କହିଛନ୍ତି।