Odisha news

ସାଇକେଲ ଆରୋହୀ କୁ ଧକାଦେଲା ଆମ୍ବୁଲାନ୍ସ, ଆରୋହୀ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ ଜୁଆଳିକଟା ଛକ ନିକଟରେ ଏକ ସାଇକେଲ ଆରୋହିକୁ ପଛପଟରୁ ଧକା ଦେଲା ଆମ୍ବୁଲାନ୍ସ ଫଳରେ ସାଇକେଲ ଆରହିର ମୃତ୍ୟୁ ଘଟିଛି । ପ୍ରକାଶ ଯେ ତାଳପଦା ଗ୍ରାମର କୀର୍ତ୍ତନ ପୀଙ୍ଗୁଆ ଙ୍କ ପୁଅ କପିଳ ପିଙ୍ଗୁଆ (୨୫) ଶନିବାର ଦିନ ୫ ଟା ବେଳେ ହାଟ ସାରି ଘରକୁ ଫେରୁ ଥିବା ବେଳେ ଜୁଆଲିକଟା ନିକଟରେ କଟକ ରୁ ଫେରୁଥିବା ଏକ ଘରୋଇ ଆମ୍ବୁଲାନ୍ସ ନମ୍ବର ଓଡ଼ି ୧୧ ଇ ୮୭୦୫ ପଛପଟୁ ସାଇକେଲ ଅରୋହିକୁ ଧକା ମରିଥିଲା ଏବଂ ଫେରାର ହୋଇଯାଇଥିଲା । ପାଖରେ ଥିବା ଲୋକମାନେ କପିଳ କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ରୋଗୀର ଅବସ୍ଥା ଗୁରୁତର ହେବାରୁ ତାକୁ ପ୍ରଥମେ ଘଷିପୁରା ଓ ପରେ କଟକ ବାଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତରଖାନାରେ କପିଳ ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଠାକୁରମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନ୍ଦୁଜିଆଣି କୁ ଫୋନ୍ କରିଥିଲା । ଖବର ପାଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କୁ କେନ୍ଦୁଜିଆଣି ଛକରେ ଅଟକାଇ ଥିଲେ । ପୋଲିସ ପହଞ୍ଚି ଆମ୍ବୁଲାନ୍ସ କୁ ସେଠାରୁ ଜବତ କରିବା ସହ ଜଣକୁ ଅଟକ ରଖିଛି ଓ ଅନ୍ୟ ଜଣେ ଫେରାର ଅଛି । ତେବେ ପୋଲିସ ଏକ ସଡ଼କ ଦୁର୍ଘଟଣା ଜନିତ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଛି ।

Comments are closed.