ଠାକୁରମୁଣ୍ଡା ତା ୨୪/୦୧ ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳ ର ଖଜୁରୀ ଗ୍ରାମ ରେ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଥିବା ୧୧୦ ଟି ଖଡ଼ିଆ ଜନଜାତିର ପରିବାରକୁ କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ର ସାଲେଇବେଡା ଗ୍ରାମରେ ବନ ବିଭାଗ ର ସହାୟତାରେ ପୁର୍ନବସତି ସ୍ଥାପନ କରାଯାଇଛି।
ଅସ୍ଥାୟୀ ଗୃହ ଠାରୁ ପ୍ରାୟ ୧୦୦ କିମି ଦୂର ଖଜୁରୀ ଗ୍ରାମରୁ ୧୧୦ ଟି ପରିବାର ର ୨୪୩ ଜଣ ଲୋକ ଙ୍କୁ ଶୁକ୍ରବାର ଦିନ ସାଲେଇବେଡା କୁ ଅଣାଯାଇଥିଲା। ବନବିଭାଗ ଦ୍ୱାରା ସେମାନଙ୍କ ଥଇଥାନ ନିମନ୍ତେ ୨ ମାସ ପୂର୍ବରୁ ଉଦ୍ୟମ କରାଯାଇ ଜାଗା ଚିଂହ୍ନଟ କରି ୧୨୦ ଟି ଅସ୍ଥାୟୀ ଗୃହ ନିର୍ମାଣ କରାଯାଇଥିଲା।ପୁନର୍ବାସ ହୋଇ ଥିବା ୧୧୦ ଟି ପରିବାର ମଧ୍ୟରୁ ଗୋଟିଏ ଲେଖାଏଁ ଆଦିବାସୀ କୋହ୍ଲ ଓ ସାନ୍ତାଳ ସମ୍ପ୍ରଦାୟର ପରିବାର ଥିବା ବେଳେ ଅନ୍ୟ ସମସ୍ତ ଖଡ଼ିଆ ଜନଜାତି ପରିବାର ରହିଛନ୍ତି।ନିଜ ବାସଗୃହ ଭାଙ୍ଗି ଆସିଥିବା ପରିବାର ଗୁଡିକୁ ଅସ୍ଥାୟୀ ଗୃହରେ ରଖାଯାଇଛି।ସମସ୍ତଙ୍କୁ ୩ ମାସ ଧରି ଅସ୍ଥାୟୀ ଗୃହରେ ରନ୍ଧା ଖାଦ୍ୟ ବନ ବିଭାଗ ଦ୍ଵାରା ଯୋଗାଇଦିଆଯିବା।ଏହି ୩ ମାସ ମଧ୍ୟରେ ସମସ୍ତ ୧୧୦ ଟି ପରିବାରକୁ ୧୦ ଡ଼ିସିମିଲ ଜାଗା ସହ ସ୍ଥାୟୀ ଗୃହ ,ଜମି ପଟ୍ଟା, ଆଧାର ଓ ଭୋଟର ପରିଚୟପତ୍ର ସହ ରାସନ କାର୍ଡ ଯୋଗାଇ ଦିଆଯିବ।ପୁର୍ନରବସତି ନିମନ୍ତେ ଆସିଥିବା ସମସ୍ତ ପରିବାର କୁ ତାଙ୍କ ପରିବାର ମୁଖ୍ୟ ଙ୍କ ନାମରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଫିକ୍ସ ଡିପୋଜିଟ ସହ ଜମି,ଜାଗା ହରାଇ ଥିବା ପରିବାର କୁ ଏକର ପିଛା ୧ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯିବ ବୋଲି ଡିଏଫଓ ପ୍ରସନ୍ନ କୁମାର ବେହେରା ଙ୍କ ନିକଟରୁ ସୂଚନା ମିଳିଛି।ପୁନର୍ବାସ ନିମନ୍ତେ ଆସିଥିବା ସମସ୍ତ ସଦସ୍ୟ ଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରେ ଗ୍ରାମ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣା, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ର ଡେପୁଟି ଡାଇରେକକ୍ଟର ଯଜ୍ଞଦତ୍ତ ପତି, ଡିଏଫଓ ପ୍ରସନ୍ନ କୁମାର ବେହେରା,ବିଡ଼ିଓ ବିଜୟ କୁମାର ନାୟକ,ଅତିରିକ୍ତ ତହସିଲଦାର ମନୋଜ କାର୍ଜି, ଠାକୁରମୁଣ୍ଡା ରେଞ୍ଜର ପ୍ରଭାତ କୁମାର କୁଅଁର, ବନ୍ୟପ୍ରାଣୀ ରେଞ୍ଜର ସ୍ୱାଧୀନତା ସାହାଣୀ ସମେତ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।