Odisha news

ଚେନ୍ନାଇ ରୁ ଆସି ଗାଁରେ ପହଞ୍ଚିଲା ମୃତ ଶରୀର : ଶୋକାକୁଳ ପରିବେଶ

0
ଠାକୁରମୁଣ୍ଡା : ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନିପାଣିଆ ଗ୍ରାମର ଜନୈକ ମହିଳା କାମ କରିବାକୁ ଚେନ୍ନାଇ ଯାଇ ଅସୁସ୍ଥ  ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ  ଗତ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା l ମାତ୍ର ଅର୍ଥ ଅଭାବରୁ ଶବ ଆସି ପାରିନଥିଲା l ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ସଂଗଠନର ଆର୍ଥିକ ସହାୟତା କାରଣରୁ ଶବ ଆସି ୪ ତାରିଖ ସନ୍ଧ୍ୟାରେ ଠାକୁରମୁଣ୍ଡା ରୁ ୪ କିମି ଦୂର ନିପାଣିଆ ଗ୍ରାମରେ ପହଞ୍ଚିଛି l ନିପାଣିଆ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି l
ଘଟଣାରୁ ପ୍ରକାଶ, ଗତ ସେପ୍ଟେମ୍ବର ୨୬ ତାରିଖରେ ନିପାଣିଆ ଗ୍ରାମର ସମ୍ବାରୀ ବାନ୍ଦିଆ (୩୮) ଚେନ୍ନାଇ ଅଭିମୁଖେ ଟ୍ରେନ ଯୋଗେ ଯାଇଥିଲେ l କାମ କରିବା ସ୍ଥାନ ଥିରୁଭେଲୁରରେ ୨୯ ତାରିଖ ପହଞ୍ଚିଥିଲେ l ସେଠାରେ ପହଞ୍ଚିବା ପରେ ସମ୍ବାରୀ ଅସୁସ୍ଥ ହୋଇ ପଡ଼ିଥିଲେ l ତାଙ୍କୁ ସହଯୋଗୀ ଏଷ୍ଟର ସିଂ ଓ ଛବିରାଣି ବାନ୍ଦିଆ  ରାଜୀବ ଗାନ୍ଧୀ ସରକାରୀ ଜନରାଲ ହସ୍ପିଟାଲ ରେ ଆଡ଼ମିସନ କରିଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଅକ୍ଟୋବର ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା l ୨ ତାରିଖ ସ୍ଥାନୀୟ ନେତୃବୃନ୍ଦ ଠାକୁରମୁଣ୍ଡା ପୋଲିସ ଏବଂ ପ୍ରଶାସନ ଙ୍କ ସହିତ ଯୋଗାଯୋଗ କରିଥିଲେ l ଶ୍ରମିକ କାର୍ଡ ଥିଲେ ସରକାର ସାହାଯ୍ୟ କରିପାରିବେ ବୋଲି ଉତ୍ତର ମିଳିଥିଲା l ମାତ୍ର ଶ୍ରମିକ କାର୍ଡ ନଥିବାରୁ ଅଧିକ ଯୋଗାଯୋଗ କରିପାରିନଥିଲେ l
ସରକାରୀ ସହଯୋଗ ନମିଳିବାରୁ ସ୍ଥାନୀୟ ଠାକୁରମୁଣ୍ଡା ହୋ ସମାଜସାରା ଭାରତରେ ଥିବା ତାଙ୍କର ବିଭିନ୍ନ ହୋ ସଂଗଠନ ଏବଂ ହୋ ପୋଲିସ ଗ୍ରୁପ, ହୋ ଶିକ୍ଷକ ସଂଘ, ସାହାଯ୍ଯ ପାଇଁ   ଅପିଲ କରିଥିଲେ l ହୋ ପୋଲିସ, ହୋ ଶିକ୍ଷକ ସଂଘ ଏବଂ ଅନ୍ୟାନ୍ୟ ସଂଘରୁ ଆର୍ଥିକ ସହାୟତା ମିଳିବାରୁ ୩ ତାରିଖରେ ଆମ୍ବୁଲାନ୍ସ ନଂ TN 11BK 0101 ଯୋଗେ ଶବ ଅଣାଯାଇଥିଲା l ଏଥିରେ ୬୧ ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହୋଇଥିବା ହୋ ସଙ୍ଗଠନ ସୂଚନା ଦେଇଛି l
ଦିଲ୍ଲୀପ ସିଂ ବାନ୍ଦିଆ ଓ ପତ୍ନୀ ସମ୍ବାରୀ
ବାନ୍ଦିଆଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି l ଝିଅ ଅନିତା ଏବେ +୩ ପଢୁଥିବାବେଳେ ପୁଅ ଅଜୁ ୧୦ ମ ଶ୍ରେଣୀରେ ପଢୁଛି l ଘର ଖର୍ଚ୍ଚ ପିଲାଙ୍କ ପାଠ ପଢା ଖର୍ଚ୍ଚ ଅଭାବ ହେବାରୁ ଅନ୍ୟ ମାନଙ୍କ ସହିତ କାମ କରିବାକୁ ବାହାରିଥିଲେ ସମ୍ବାରୀ l ମାତ୍ର ଘର ବୋଝ ଉଠାଇବା ଯାଇ ଅଦିନରେ ଚାଲିଗଲେ ସମ୍ବାରୀଙ୍କ ଜୀବନ l ସମ୍ବାରୀଙ୍କ ମୃତ୍ୟୁରେ ସାରା ଗ୍ରାମରେ ଶୋକ ପାଳନ ହେଉଥିବାବେଳେ ହୋ ସମାଜ ଯେପରି ସହଯୋଗର ହାତ ବଢ଼ାଇଲା ସେଥିରେ ପରିବାର ଏବଂ ନିପାଣିଆ ଗ୍ରାମ ଋଣୀ ବୋଲି କହିଛନ୍ତି ଗ୍ରାମବାସୀ l

Leave A Reply