Odisha news

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଗୁରୁତର 

0
ବେତନଟୀ : ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ – ବୈଶିଙ୍ଗା   ଏମଡିଆର- ୭୦ ରାସ୍ତା ଉପରେ ଶୁକ୍ରବାର ଅପରାହ୍ନ ସମୟରେ ଦୁଇ ବାଇକ ଦୁର୍ଘଟଣାରେ ତିନିଜଣ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି | ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ମାଣତ୍ରୀ କଲେଜର ଗଣିତ ଅଧ୍ୟାପକ ନିର୍ମଳେନ୍ଦୁ ପାଢ଼ୀ କଲେଜ କାର୍ଯ୍ୟ ସାରି ନିଜ ବ୍ୟାଟେରୀ ବାଇକ ଯୋଗେ  ଘରକୁ ଫେରି ଯାଉଥିବା ବେଳେ ଏକ କଳା ରଙ୍ଗର  ପଲସର ବାଇକରେ ତିନିଜଣ ଆସି ତାଙ୍କୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଦୁଇ ବାଇକ ରେ ଥିବା ଚାରିଜଣ ଯାକ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡି ରହିଥଲେ । ସ୍ଥାନୀୟ ଲୋକ ଗୁରୁତରଙ୍କୁ  ବୈଶିଙ୍ଗା ଡାକ୍ତରଖାନା ନେଇ ଆସିଥିବା ବେଳେ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା ସେମାନେ ବାଲେଶ୍ଵର ଡାକ୍ତରଖାନା କୁ ସ୍ଥାନାନ୍ତର ହୋଇଥିଲା । ଏନେଇ ବୈଶିଙ୍ଗା ପୁଲିସ ଡାକ୍ତରଖାନାରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ଜଣାଯାଇଛି। ପଲସର ବାଇକରେ ଥିବା ତିନିଜଣ ଆରୋହୀ ହେଲେ ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତର ଲକ୍ଷ୍ମୀଧର ଦାସ , ଶିବ ମାଝୀ ଏବଂ ଲକ୍ଷ୍ମୀଧର ମାଝୀ ଥିବା ଜଣାଯାଇଛି ।

Leave A Reply