Odisha news

ସଡ଼କ ଦୁର୍ଘଟଣା : ଜଳିଗଲା କାର ଅଳ୍ପକେ ବର୍ତ୍ତିଲେ ୩

0
ଠାକୁରମୁଣ୍ଡା -14/6 :  ଠାକୁରମୁଣ୍ଡାରୁ ୨ କିମି ଦୂର ଚମକପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି l ଦୁର୍ଘଟଣାଗ୍ରସ୍ତ କାରଟି ଜଳି ଯାଇଥିବାବେଳେ ସ୍ଥାନୀୟ ଲୋକ ଗାଡି ଭିତରୁ ୩ ଜଣ ଆରୋହୀଙ୍କୁ ଉଦ୍ଧାର କରିଛନ୍ତି l
ଘଟଣାରୁ ପ୍ରକାଶଯେ, କରଞ୍ଜିଆ ବ୍ଲକ ତାଟୋ ଅଞ୍ଚଳରୁ ଗୋଟିଏ ସୁଇଫ୍ଟ ଡିଜାୟାର କାରରେ ବାହାଘର ପାଇଁ ମାର୍କେଟିଙ୍ଗ କରିବାକୁ ଯାଉଥିଲେ l ସେମାନେ ଚମକପୁର ନିକଟରେ ରାସ୍ତା କଡରେ ଏକ ବଡ଼ ଶାଳ ଗଛକୁ ଧକ୍କା କରିଥିଲେ l ଶବ୍ଦ ଶୁଣି ଲୋକମାନେ ଦୌଡ଼ି ଆସିଥିଲେ l ଗାଡି ଭିତରେ ରହିଯାଇଥିବା ୩ ଜଣ ଚିତ୍ତରଞ୍ଜନ ନାୟକ(22), ଝରଣ କୁମାର ମହାନ୍ତ (30) ଓ କମଳକୃଷ୍ଣ ମହାନ୍ତ ଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ l ସେତେବେଳକୁ କାରଟି ଜଳିବାକୁ ଆରମ୍ଭ କରିଥିଲା l ଲୋକଙ୍କୁ ଉଦ୍ଧାର କରିବା ପରେ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା l ଚିତ୍ତରଞ୍ଜନ ନାୟକକୁ ଥାନା ଅଟକ ରଖିଥିବାବେଳେ ଡ୍ରାଇଭର ପାଖରେ ବସିଥିବା କମଳ କୃଷ୍ଣ ମହାନ୍ତଙ୍କ ଛାତିରେ ଆଘାତ ଲାଗିଥିବା କାରଣରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି l ସମସ୍ତେ ଆହତ ହୋଇଛନ୍ତି l
Ad2
Leave A Reply