Odisha news

ଅନ୍ଧପସରା ରୋଡ଼ ସ୍ଥିତ ବ୍ଲାଇଣ୍ଡ ସ୍କୁଲରେ ଦିବ୍ୟାଙ୍ଗ ମାନଙ୍କୁ ନେଇ ରଜ ଉତ୍ସବ ପାଳନ

0
ବ୍ରହ୍ମପୁର : ଆଜି ରଜପର୍ବ ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ଉତ୍ସବ। ଆଜିର ଦିନରେ ସମସ୍ତଙ୍କ ଜୀବନ ଆନନ୍ଦ, ଉଲ୍ଲାସରେ ଭରି ଉଠିଥିଲା।ବ୍ରହ୍ମପୁର ସହରର ଅନ୍ଧପସରା ରୋଡ଼ ସ୍ଥିତ ବ୍ଲାଇଣ୍ଡ ସ୍କୁଲ ପରିସରରେ ଦିବ୍ୟାଙ୍ଗ ପିଲାମାନଙ୍କୁ ନେଇ ରଜପର୍ବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଯୋଗ ଦେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି ମିଠା ଖୁଆଇ ରଜ ଉତ୍ସବ ଅବସରରେ ଶୁଭେଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା,ଡ଼ ଇ ଟି ରାଓ ଓ ପରିଚାଳକ ଶ୍ରୀ ପାଢ଼ୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଦୋଳି ଖେଳ  ଆୟୋଜନ କରାଯାଇଥିଲା I ଏହି ରଜପର୍ବ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାମାନଙ୍କ ସହ କିଛି ସମୟ ଅତିବାହିତ କରି ଉତ୍ସାହିତ କରି ଥିଲେ। ଏହି  ଅବସରରେ ମୁଖ୍ୟ ଅତିଥି କେ ଅନିଲଙ୍କ ସମେତ ଅତିଥି ମାନେ ଜନସାଧାରଣଙ୍କୁ ଅନୁରୋଧ ଯେ  ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ସହ ମିଶି ଏହି ରଜପର୍ବ ପାଳନରି ତାଙ୍କୁ ଶୁଭେଛା କରନ୍ତୁ l
Ad2
Leave A Reply