Odisha news

ବିଶାଳ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ନାଏକ

0
ଠାକୁରମୁଣ୍ଡା -6/5 :  ୬ ତାରିଖ ଥିଲା କରଞ୍ଜିଆ ବିଧାନସଭା (30)ପାଇଁ ନାମାଙ୍କନର ଶେଷ ତାରିଖ l ପୂର୍ବତନ ବିଧାୟକ ବିଜୟ ନାଏକ ଏକ ବିଶାଳ ଜନ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିବା ସମସ୍ତଙ୍କୁ ବିସ୍ମିତ କରିଛି l ପ୍ରାୟ 8000 ରୁ ଉର୍ଦ୍ଧ ଲୋକ ମାଣିକ ଛକ ପେଟ୍ରୋଲ ପମ୍ପ ନିକଟରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ l ରାସ୍ତା ଘାଟ ସମ୍ପୂର୍ଣ୍ଣ ଜାମ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା l ଅତ୍ୟନ୍ତ ଶୃଙ୍ଖଳିତ ଭାବେ କର୍ମୀ ବଜାର ପରିକ୍ରମା କରି 12.30 ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l ବିଜୟଙ୍କ ସହ ମ୍ୟୁନିସିପାଲିଟି କାଉନସିଲର ବିବେକାନନ୍ଦ ଦାସ, ପୂର୍ବତନ ନଗରପାଳ ପ୍ରେମଜିତ (ପିଣ୍ଟୁ) ସାହୁ, ରଘୁନାଥ ହେମ୍ବ୍ରମଙ୍କ ବୋହୁ ତଥା ବାସନ୍ତୀଙ୍କ ଯାଆ ରୁକ୍ମିଣୀ ହେମ୍ବ୍ରମ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଉର୍ବଶୀ ବଂଶୁଳିଆ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ମଉଜମଣି ଦଣ୍ଡପାଟ, ବହୁ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ସାମିଲ ଥିବା ଦେଖିବାକୁ ମିଳିଥିଲା l ଶୋଭାଯାତ୍ରାରେ ଡିଜେ, କୀର୍ତ୍ତନ ଦଳ, ଚାଙ୍ଗୁ ବାଜା ଓ ଧୂମସା ଦଳ ସାମିଲ ହୋଇ ବେଶ ଆକର୍ଷଣୀୟ କରିଥିଲେ ଶୋଭାଯାତ୍ରାକୁ l ସ୍ୱାଧୀନ ପ୍ରାର୍ଥୀଙ୍କ ପଛରେ ପ୍ରବଳ ସମର୍ଥନ ଦେଖି କାବା ହୋଇଛନ୍ତି ରାଜନୈତିକ ଦଳ l ବିଜେଡିର ହଜାର ହଜାର କର୍ମୀ ବିଜୟଙ୍କ ସହିତ ରହିବା ସରକାରୀ ଦଳର ଅଙ୍କ ଭୁଲ କରିଦେଇଛି l ବିଜୟଯେ ପ୍ରକୃତ ବିଜେଡି ନେତା ଏହା ଦେଖାଇ ଦେଇଛନ୍ତି l ଜଣେ ଶୃଙ୍ଖଳିତ କର୍ମୀକୁ ବିଜେଡି ଭରସା ଦେଇ ବିଶ୍ୱାସଘାତ କରିଛି କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ଦଳକୁ ଧକ୍କା ଦେଇନାହାନ୍ତି ବୋଲି ପ୍ରତିକ୍ରିୟାରେ କହିବା ସହିତ ପ୍ରକୃତ ନେତାଙ୍କୁ କର୍ମୀ ଚୟନ କରି ଆଗାମୀ ନିର୍ବାଚନ ରେ ଜିତାଇ ପ୍ରମାଣିତ କରିବେ ବୋଲି କହିଥିଲେ l ଜନ ସାଧାରଣଙ୍କ ଏଭଳି ଭଲ ପାଇବା ତାଙ୍କୁ ଅଧିକ ଭାବ ବିହ୍ଵଳ କରିଛି ବୋଲି କହିଛନ୍ତି l ଆଜିର ଶୋଭାଯାତ୍ରାରୁ ଆକଳନ ହେଉଛି ଯେ ବିଜେପି ସହିତ ସ୍ୱାଧୀନ ପ୍ରାର୍ଥୀଙ୍କ ଲଢେଇ କରଞ୍ଜିଆରେ ଜୋରଦାର ହେବ l ଏପରିକି ପ୍ରତିଦ୍ବନ୍ଦିତା 4 ପ୍ରମୁଖ ନେତାଙ୍କ ମଧ୍ୟରେ ରହିବ l ବିଜୟ, ବାସନ୍ତୀ, ପଦ୍ମଚରଣ ଏବଂ କଂଗ୍ରେସ ଦଳର ଲଷ୍ମୀଧରଙ୍କ ମଧ୍ୟରେ ମୁକାବିଲା ଖୁବ ରୋଚକ ହେବ l ଜିତିବା ବ୍ୟବଧାନ ମଧ୍ୟ ଏଥର ଖୁବ କମ ରହିବ l
Ad2
Leave A Reply