Odisha news

ସତ୍ୟବାଦୀ :ସଞ୍ଜୟଙ୍କ ମାରାଥନ ପ୍ରଚାର ମିଳୁଛି ବିପୁଳ ସମର୍ଥନ

0

କଣାସ : : ବଢୁଛି ତାତି ଜମୁଛି ନିର୍ବାଚନ ପ୍ରଚାର ।ଗାଁ ଗହଳି ଠାରୁ ଆରମ୍ଭ କରି ବଜାର ଘାଟରେ ଗୋଟିଏ କଥା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ କିଏ ମାରିବ ବାଜିମାତ୍ ।ଏହାରି ଭିତରେ ପ୍ରମୁଖ ଦଳଭାବେ ବିଜେଡି ,ବିଜେପି ଓ କଂଗ୍ରେସ ପ୍ରଚାର ମଇଦାନାକୁ ଓହ୍ଲାଇଛନ୍ତି ।ସେପଟେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା ଶତାଧିକ ସମର୍ଥକଙ୍କୁ ନେଇ କଣାସ ବ୍ଲକ ଗଡସାନପୁଟ ପଞ୍ଚାୟତ ଓ ବଡ଼ାଲ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ  ଘରେ ଘରେ ପହଞ୍ଚି ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।ସଞ୍ଜୟଙ୍କ ଏହି ମାରାଥନ ପ୍ରଚାରକୁ ଦେଖିଲେ ଜଣାପଡୁଛି  ତାଙ୍କ ପ୍ରତି ଜନତାଙ୍କ ରହିଛି ବିପୁଳ ସମର୍ଥନ ଓ ଆଶୀର୍ବାଦ ।ଏପଟେ ବିଜେପି ଓ କଂଗ୍ରେସ ଦଳ ପ୍ରଚାରରେ  ଆଜି ପର୍ଯ୍ୟନ୍ତ ସେଭଳି ଆଖି ଦୃଶିଆ ଜନ ସମର୍ଥନ ଦେଖିବାକୁ ମିଳୁନାହିଁ  ।ଅନେକ ସାଧାରଣ ଭୋଟରଙ୍କ ମତ ବିଜୁ ଜନତା ଦଳ ୨୫ ବର୍ଷ ଶାସନ କାଳ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନେକ ଲୋକାଭିମୁଖୀ ଯୋଜନା କରିଛନ୍ତି ।  ଦାରିଦ୍ର୍ୟ ବିରୁଦ୍ଧରେ ନିରବଚ୍ଛିନ୍ନ ସଂଗ୍ରାମ ଜାରି ରଖିବା ସହିତ ଓଡ଼ିଶାର ସର୍ବାଙ୍ଗୀନ ବିକାଶ, କୃଷି କ୍ଷେତ୍ରର ଅଭିବୃଦ୍ଧି, ଶିଳ୍ପ ସମୃଦ୍ଧି, ଯୁବଶକ୍ତିର ସଦୁପଯୋଗ, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ, ସାମାଜିକ ଏବଂ ଅର୍ଥନୈତି ଅଭିବୃଦ୍ଧି ,ଶିକ୍ଷା,ସ୍ବାସ୍ଥ୍ୟ,ଗମନା ଗମନକୁ ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରୁଥିବାରୁ ଷଷ୍ଠଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ସହ ସତ୍ୟବାଦୀ ଶଙ୍ଖ ବାଜିବା ସହ ସଞ୍ଜୟ ଦାସବର୍ମାଙ୍କୁ ବିଜୟ କରିବା ପାଇଁ ସାଧାରଣ ଜନତା ପ୍ରତିଶ୍ରୁତି ଦେଇଛନ୍ତି ।

Ad2
Leave A Reply