ଠାକୁରମୁଣ୍ଡା-୨୧/୭ : ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଡ଼ିପ୍ଲୋମା କୋଚ ପାଇଁ ଓଡିଶାର ଜଣାଶୁଣା ଖୋ ଖୋ ଖେଳାଳି ପ୍ରିୟବ୍ରତ ମହାନ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ମେ ୧୪ ତାରିଖ ରେ କଲିକତା ଠାରେ ଏନ୍,ଆଇ,ଏସ୍ ସ୍ପୋର୍ଟସ କୋଚିଙ୍ଗ ୨୦୨୩-୨୪ ପାଇଁ ପରିକ୍ଷା ହୋଇଥିଲା। ସମଗ୍ର ଓଡ଼ିଶାରେ ଦୁଇଜଣ ଦକ୍ଷିଣ ଓଡିଶାର ବଲାଙ୍ଗୀର ଜିଲ୍ଲାର ସସ୍ମିତା ପାତ୍ର ଏବଂ ଉତ୍ତର ଓଡିଶାର ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମ ର ପ୍ରିୟବ୍ରତ ମହାନ୍ତ।ଗ୍ରାମ ଡାକ ବିଭାଗ ରେ କାର୍ଯ୍ୟରତ ବାଙ୍କେଶ୍ଵର ମହାନ୍ତ ଓ ବେଲେଶ୍ୱରୀ ମହାନ୍ତ ଙ୍କ ପୁଅ ପ୍ରିୟବ୍ରତ । ବିଦ୍ୟାଳୟର ସ୍ତରରୁ ନିଜର କ୍ରୀଡା ସଫଳତା ଦେଖାଇ ଜିଲ୍ଲା ତଥା ରାଜ୍ଯ ସ୍ତରରେ ସମ୍ମାନୀତ ହୋଇଛନ୍ତି।ପ୍ରିୟବ୍ରତ ଙ୍କ କଠିନ ପରିଶ୍ରମ ଓ ନିଷ୍ଠା ବଳରେ ସେ ଖୋ ଖୋ କୋଚ ପଦ୍ମଚରଣ ଦାସ (ସମ୍ବଲପୁର)ଙ୍କ ଠାରୁ ତାଲିମ ଗ୍ରହଣ କରିଥିଲେ। ପ୍ରିୟବ୍ରତ ଙ୍କ କୋଚିଙ୍ଗ ଯୋଗ୍ୟତା ଅର୍ଜନ ନେଇ ଖବର ମିଳିବା ପରେ ବହୁ କ୍ରୀଡାବିତ, ଜନ ପ୍ରତିନିଧି, ଗ୍ରାମ ର ସାଧାରଣ ଜନତା ଶୁଭେଚ୍ଛା ଅଭିନନ୍ଦନ ଜଣାଇଛନ୍ତି।ପ୍ରିୟବ୍ରତ ଏନ୍ ଆଇ ଏସ୍ ସ୍ପୋର୍ଟସ ଡିପ୍ଲୋମା ଯୋଗ୍ଯତା ଅର୍ଜନ କରିଥିବାରୁ ଓଡିଶାର ଗୌରବ ବୋଲି କହିଛନ୍ତି କୋଚ ପଦ୍ମଚରଣ ଦାସ। ଏକ ବର୍ଷ ଖୋ ଖୋ କୋଚିଙ୍ଗ ନେବା ପାଇଁ ଚଳିତ ମାସ ପ୍ରିୟବ୍ରତ ବାଙ୍ଗାଲୋର ଗସ୍ତ କରିବେ ବୋଲି ସୂଚନା ଦେଇଛନ୍ତି ପ୍ରିୟବ୍ରତ।
