ଠାକୁରମୁଣ୍ଡା ତା ୧୬/୦୮ : ଠାକୁରମୁଣ୍ଡା ଥାନା ଠାକୁରମୁଣ୍ଡା ଗ୍ରାମପଞ୍ଚାୟତ ଅଧିନ ଜୁଆଳିକଟା ଛକ ନିକଟ ରେ ଥିବା ଜଙ୍ଗଲ ଭିତରେ ରବିବାର ଦିନ ଏକ ଗଛରେ ଝୁଲାନ୍ତ ଅବସ୍ଥାରେ ଗଳିତ ଶବ ଦେଖିବାକୁ ମିଳିଛି।ଗଳିତ ଶବ ଟି ର ୭୦ ଭାଗ ଅଂଶ ନଷ୍ଟ ହୋଈ ଯାଇଥିବା ରୁ ଶବ ଚିହ୍ନଟ ହୋଇପାରି ନାହିଁ। ଗଛ ରେ ପ୍ରାୟ ୧୦/୧୫ ଦିନ ପୂର୍ବରୁ ଝୁଲି ରହିଥିବା ଓ ଏହା ଜଣେ ମହିଳାଙ୍କ ଶବ ହୋଇଥିବାର ଅନୁମାନ କରାଯାଇଛି।ଏକ ଛୋଟ ଗଛ ର ଡାଳ ରେ ଏକ ଶାଢ଼ୀ ବେକ ରେ ଲାଗିଛି।ରବିବାର ଅପରାହ୍ନ ରେ ସ୍ଥାନୀୟ ଲୋକେ ଶବ କୁ ଦେଖିବାକୁ ପାଇଥିଲେ।ପରେ ନିପାଣିଆ ଗ୍ରାମ ର ୱାର୍ଡ ସଭ୍ୟ ଏ ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି।ଶବ ନିକଟରେ ଏକ ବ୍ୟାଗ ରହିଥିବା ର ଦେଖିବାକୁ ମିଳିଛି।ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ଜଣାପଡିନାହିଁ।