ଓଲï ଟ୍ରାଫୋଡ଼, ୧୫ା୭ (ଏଜେନ୍ସି) : ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ େୱଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଓଲï ଟ୍ରାଫୋଡ଼ରେ ଗୁରୁବାର ଆରମ୍ଭ ହେବ । ସାଉଥମ୍ପଟନ୍ ଟେଷ୍ଟରେ ଜମାଣିଆ ବିଜୟ ସହ ୧-୦ରେ ଅଗ୍ରଣୀ ଥିବା ଇଣ୍ଡିଜ୍ ଏହି ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା ହାତେଇ ନେବା ଲକ୍ଷ୍ୟରେ ରହିଛି । ଅପରପକ୍ଷରେ ଘରୋଇ ଇଂଲଣ୍ଡ ପାଇଁ ଏହି ମ୍ୟାଚ୍ କର ବା ମର ଭଳି । ନିୟମିତ ଅଧିନାୟକ ଜୋ ରୁଟ୍ ଦଳକୁ ଫେରିଛନ୍ତି । ତାଙ୍କୁ ଜୋଇ ଡେନ୍ଲୀଙ୍କ ସ୍ଥାନରେ ସାମିଲ କରାଯାଇଛି । ତେଣୁ ଇଂଲଣ୍ଡ ଅଧିକ ଶକ୍ତିଶାଳୀ ହୋଇଛି । ଏଦୃଷ୍ଟିରୁ ଓଲï ଟ୍ରାଫୋଡ଼ ମ୍ୟାଚ୍ରେ ଇଣ୍ଡିଜ୍ ପାଇଁ ମ୍ୟାଚ୍ ଜିତିବା ଆଦୌ ସହଜ ହେବ ନାହିଁ । ନୂଆ ରଣକୌଶଳ ସହ ଇଂଲଣ୍ଡ ଗୁରୁବାର ପଡ଼ିଆକୁ ଓହ୍ଲାଇବ ।
