କୋଣାର୍କ :- ବୁଧବାର ଅପରାହ୍ନ୩.୩୦ ରେ ୩ ଜଣ ଦୃବୁତ ଜଣେ ମହିଳାଙ୍କ ଠାରୁ ୨୪ହଜାର ଟଙ୍କା ଲୁଟି ନେଇଥିବା ମହିଳା ଜଣଙ୍କ କୋଣାର୍କ ଥାନାରେ ଲିଖିତ ଆକାରରେ ଅଭିଯୋଗ କରି ଛନ୍ତି। ଅଭିଯୋଗ ରୁ ଜଣାପଡେ ସୁତନ ଗ୍ରାମର ରମେଶ ପ୍ରଧାନ ଙ୍କ ସ୍ତ୍ରୀ ମିନତୀ ପ୍ରଧାନ ବୁଧବାର ଦିନ କୋଣାର୍କ ଷ୍ଟେଟ ବ୍ୟାଙ୍କଶାଖା ରୁ ପ୍ରାୟ ୨୪୦୦୦ ଟଙ୍କା ଉଠାଇ ନିଜ ଗ୍ରାମ ସୁତନ କୁ ଏକୁଟିଆ ଚା ଲି ଚା ଲି ନଳକଣ ରାସ୍ତାଦେଇ ଯିବାବେଳେ ତିନି ଜଣ ଅଜଣା ଦୃବୁତ ଏକ ମୋଟରସାଇକେଲରେ ମହିଳାଙ୍କୁ ପିଛାକରି ସେହି ରାସ୍ତା ପାର୍ଶ୍ୱ ରେ ଥିବା ଏକ ସିମେଣ୍ଟ ଦୋକାନ ସାମ୍ମାରେ ମହିଳାଙ୍କୁ ଏକା ପାଇ ତାଙ୍କୁ ଧକ୍କା ମାରି ଥିଲେ ଫଳରେ ମହିଳା ତଳେ ପଡିଯିବାରୁ ଦୃବୁତ୍ତ ମାନେ ତାଙ୍କ ଠାରୁ ପାଖରେ ଥିବା ୨୪ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ।ମହିଳା ତଳେ ପଡି ମୁଣ୍ଡରେ ଆଘାତ ହୋଇ ପାଟି କରିବାରୁ ସେହି ବାଟରେ ଯାଉଥିବା କିଛି ପଥ ଚାରୀ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ଖବର ଦେଇଥିଲେ।
ପରେ ଘର ଲୋକ ଙ୍କୁ ନେଇ ମହିଳା ଜଣକ କୋଣାର୍କ ଥାନାରେ ଟଂକା ଲୁଟ ସମ୍ପକରେ ଅଭିଯୋଗ କଲାପରେ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଏକ ଲୁଟ ମାମଲା ରୁଜୁ କରି ଘଟଣା ସ୍ଥଳରେ ପୋଲିସ ଟିମ ସହ ପହଂଚି ସେମେଣ୍ଟ ଦୋକାନ ରେ ଲାଗିଥିବା ସିସିଟିଭି କୁ ଯାଂଚ କରିଥିବା ଜଣାପଡିଛି। ସିସିଟିଭି ଆଧାରକୁ ଭିତ୍ତିକରି ଲୁଟେରା ମାନଙ୍କୁ ଖୁବ ଶୀଘ୍ର କାବୁ କରାଯିବ ବୋଲି ଥାନାଅଧିକାରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।