Odisha news

ବିଶ୍ୱରେ ଇତିହାସ ପୃଷ୍ଠାରେ ୧୦ଟି ବଡ ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ପ୍ରାଣ ହରାଇଥିଲେ ଅନେକ ନିରୀହ ଲୋକେ

0
– ଇଟାଲୀ ରେ ରେଡ ବ୍ରିଗେଡ ର କଟରପନ୍ଥୀ ବାମ ପନ୍ଥୀ ଆତଙ୍କବାଦ ଆନ୍ଦୋଳନ ହୋଇଥିଲା l  ମାର୍ଚ୍ଚ ୧୭ ତାରିଖ ୧୯୭୮ ଇଟାଲୀ ର ପୂର୍ବ ପ୍ରଧାନମନ୍ତ୍ରୀ ଏଲଡୋ ମୋରୋ ଙ୍କ ଅପହରଣ କରାଯାଇ ଥିଲା l ପାଖାପାଖି ଉତେଜନା ପୁର୍ଣ ୨ମାସ ପରେ ଆତଙ୍କବାଦୀ ମାନେ ମୋରୋ ଙ୍କର ହତ୍ୟା କରିଦେଇ ଥିଲେ l

– ମିଶର ରାଷ୍ଟ୍ରପତି ଅନୱର ସାଦାନ ଙ୍କର ଅକ୍ଟୋବର ୬ତାରିଖ ୧୯୮୧ ରେ ମିଶର ର ଜେହାଦି ମାନେ ହତ୍ୟା କରି ଦେଇଥିଲେ, ଏହା ଗୋଟିଏ ଆତଙ୍କବାଦ ସମୂହ ଥିଲେ l  ଯିଏ କି କିଛି ବର୍ଷ ପୂର୍ବରୁ ମୁସ୍ଲିମ ବ୍ରଦର ହୁଡ଼ ନିକଟରୁ ଅଲଗା ହୋଇ ଯାଇଥିଲେ l

– ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ନିଜର ଦୁଇଜଣ ଦେହରକ୍ଷୀ ସତବନ୍ତ ସିଂହ ଓ ବିଅନ୍ତ ସିଂ ଙ୍କ ଅକ୍ଟୋବର ୩୧ ତାରିଖ ୧୯୮୪ ରେ ହତ୍ୟା କରିଥିଲେ l  ଯେତେବେଳେ ସେ ନିଜ ଘରୁ ବାହାରି ଅଫିସ ଯିବାକୁ ବାହାରୁଥିବା ସମୟରେ ଗୁଳିର ଶିକାର ହୋଇଥିଲେ l

– ଲେବାନନ ରେ ଆତଙ୍କବାଦୀ ସ୍ମୁଙ୍କ ପକ୍ଷରୁ ଅକ୍ଟୋବର ୨୩ ତାରିଖ ୧୯୮୩ ରେ ଆତ୍ମଘାତୀ ଆକ୍ରମଣ କରାଯାଇ ଥିଲା l ଯେଉଁଥିରେ ଆମେରିକାର ସୈନିକ ମାନେ ପ୍ରାଣ ହରାଇଥିଲେ l  ସେହି ସମୟରେ ଲେବାନନ ରେ ଗୃହ ଯୁଦ୍ଧ ଚାଲିଥିଲା ଯେଉଁଥି ପାଇଁ ଆମେରିକା ସୈନ୍ୟ ମୁତୟନ କରିଥିଲା l

– ୧୯୭୨ ରେ ଜର୍ମାନୀ ରେ ଅଲମ୍ପିକ ଚାଲିଥିଲା l  ଏହି ସମୟରେ ଆତଙ୍କବାଦୀ ମାନେ ୧୧ ଜଣ ଇସ୍ରାଏଲ ଖେଳାଳି ଙ୍କୁ ଅପହରଣ କରି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ l

– ଯାୟୋନୀ  ଆତଙ୍କବାଦୀ ସଂଗଠନ ଇରଗୁନ ର ସଦସ୍ୟ ମାନେ ଜୁଲାଇ ୨୨ ତାରିଖ ୧୯୪୬ ରେ ପାଲେଷ୍ଟାଇନ ରେ ଗୋଟିଏ ଇହୁଦୀ ରାଜ୍ୟ କରିବା ପାଇଁ ବ୍ରିଟିଶ ସରକାର ଙ୍କୁ ପାଲେଷ୍ଟାଇନ ରୁ ବାହାର କରିବା ପାଇଁ ସଂଘର୍ଷ କରିଥିଲେ l  ଏହି ସମୟରେ ଜେରୁଜେଲମ ର କିଙ୍ଗ ଡେଭିଡ ଙ୍କୁ ଗୋଟିଏ ହୋଟେଲ ର ଷ୍ଟୋର ରୁମ ମଧ୍ୟରେ ବମ ବିସ୍ଫୋଟ କରାଇ ହତ୍ୟା କରାଯାଇ ଥିଲା l

– ରୁଷ କ୍ରାନ୍ତିକାରୀ ସଂଗଠନ ଦ ପିପୁଲସ୍ ବିଲ ର ସଦସ୍ୟ ମାନେ ମାର୍ଚ୍ଚ ୧ ତାରିଖ ୧୮୮୧ ରେ ସେଣ୍ଟ ପୀଟରସବର୍ଗ ସହରରେ ରୁଷ ଶାସକ ଜାର ଆଲେକଜାଣ୍ଡାର ଦ୍ଵିତୀୟ ଙ୍କୁ ହତ୍ୟା କରିଥିଲେ l

– ଓସାମା ବିନ ଲାଡେନ ର ଆଲକାଏଦା ସଂଗଠନ ର ୧୯ ଜଣ ଆତଙ୍କବାଦୀ ଡିସେମ୍ବର ୧୧ ତାରିଖ ୨୦୦୧ ରେ ଆମେରିକା ସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ l  ଏହା ବିଶ୍ୱର ସବୁଠୁ ଭୟଙ୍କର ଆତଙ୍କବାଦ କାର୍ଯ୍ୟ ଥିଲା l

– ପାକିସ୍ତାନ ର ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ର ୫ – ୫ ଜଣ ବିଶିଷ୍ଟ ଦୁଇଟି ଦଳ  ୨୦୦୮ ନଭେମ୍ବର ୨୬ ତାରିଖ ରୁ ନଭେମ୍ବର ୨୯ ତାରିଖ  ପର୍ଯ୍ୟନ୍ତ ୪ଦିନ ଧରି ଭାରତର ବ୍ୟବସାୟ ସହର ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ l  ଯେଉଁଥିରେ ଶହଶହ ନିରୀହ ଲୋକେ ନିଜର ଜୀବନ ହରାଇଥିଲେ l

– ଫେବୃଆରୀ ୧୪ ୨୦୧୯ ଏହି ଦିନଟି ଥିଲା ଭାରତୀୟ ମାନଙ୍କ ପାଇଁ ସବୁଠୁ ଦୁଖଦ ଦିନ l  ଏହିଦିନ ଜମ୍ମୁକାଶ୍ମୀର ସ୍ଥିତ ପୁଲବାମା ନିକଟରେ ଭାରତୀୟ ସୈନ୍ୟଙ୍କ ଗାଡି ଉପରକୁ ଆତଙ୍କବାଦୀ  ବମ ବିସ୍ଫୋଟ କରି  ଆକ୍ରମଣ କରିଥିଲେ , ଯେଉଁଥିରେ ଅନେକ ସୈନ୍ୟ ନିଜର ପ୍ରାଣ ହରାଇଥିଲେ l  ଏହି ଦିନଟି କଦାପି କୌଣସି ଭାରତୀୟ ଭୁଲିବ ନାହିଁ  l

Leave A Reply