ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ଦିନ ବଡ଼ ନିଷ୍ପତି ନେଇ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ଙ୍କୁ ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ନିଯୁକ୍ତି ପାଇଁ ଆଦେଶ ଜାରି କରିଛନ୍ତି । ଜେନେରାଲ ବିପିନ୍ ରାବତ ଙ୍କ ନିଧନ ପରେ ଅନିଲ ଚହ୍ୱନ୍ ଙ୍କୁ ସିଡିଏସ ଦାୟିତ୍ଵ ଦିଆଯାଇଛି । ଅନୀଲ ଚହ୍ୱାନ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବାରେ ପାରଙ୍ଗମ ଅଟନ୍ତି । ସେ ପୂର୍ବରୁ ବରମୁଲା ସହିତ ଜାମୁ କାଶ୍ମୀର ର ଅନେକ ସ୍ଥାନରେ ନିଯୁକ୍ତି ପାଇଥିଲେ । ଅନିଲ ଚହ୍ୱାନ ଏନ ଏସ ଏ ଅଜିତ ଦୋଭାଲ୍ ଙ୍କ ର ମିଲିଟାରୀ ଅଦ୍ଭାଇଯର୍ ମଧ୍ୟ ରହି ସାରିଛନ୍ତି ।
ଆସନ୍ତୁ ଜାଣିବା ତାଙ୍କ ସହିତ ଜଡିତ କିଛି ଖାସ କଥା –
– ମଇ ୧୮ ତାରିଖ ୧୯୬୧ ରେ ଜନ୍ମିତ ଅନିଲ
ଚହ୍ୱାନ ଉତ୍ତରାଖଣ୍ଡ ର ପୌଡି ଗଡବାଲ ରେ ଜନ୍ମ ଗ୍ରହଣ କରିଥିବା ଅନିଲ ଚୌହାନ ଦେଶର ନୂତନ ସିଡିଏସ୍ ଭାବରେ ନିଯୁକ୍ତି ପାଇଛନ୍ତି । ତାଙ୍କୁ ୧୯୮୧ ରେ ୧୧ ତମ ଗୋରଖା ରାଇଫଲ୍ ରେ କମିଶନ ଦିଆ ଯାଇଥିଲା ।
– ପାଖାପାଖି ୪୦ ବର୍ଷ କ୍ୟାରିଅର ରେ ଲେଫ୍ଟନାଣ୍ଟ ଅନିଲ ଚୌହାନ ଅନେକ କମାଣ୍ଡ , ଷ୍ଟାଫ୍ ଓ ସହଯୋଗୀ ନିଯୁକ୍ତି ହାସଲ କରିଛନ୍ତି । ତାଙ୍କୁ ଜାମୁ କାଶ୍ମୀର ଓ ପୂର୍ବୋତର ରେ ଆତଙ୍କବାଦ ବିରୋଧରେ ଅଭିଯାନ ରେ ସେ ଅନେକ କାର୍ଯ୍ୟ ରେ ଦକ୍ଷତା ହାସଲ କରିଛନ୍ତି ।
– ଆଈ ଏ ଏମ ଡେରାଡୁନ ଓ ରାଷ୍ଟ୍ରୀୟ ରକ୍ଷା ଏକାଡେମୀ ଖଡକବାସଲା ର ପୂର୍ବତନ ଛାତ୍ର ଥିଲେ ଅନିଲ ଚୌହାନ। ସେପ୍ଟେମ୍ବର ୨୦୧୯ ରେ ପୂର୍ବ ର ଜେନେରାଲ ଅଫିସର କମାଣ୍ଡିଂ ଇନ୍ ଚିଫ ଭାବରେ ନିଯୁକ୍ତି ପାଇଥିଲେ । ୩୧ ମଇ ୨୦୨୧ ପର୍ଯ୍ୟନ୍ତ ସେ ଏହି ପଦବୀ ରେ ନିଯୁକ୍ତ ରହିଥିଲେ ।
– ସେନାରେ ବିଶିଷ୍ଟ ଓ ବିଶେଷ ସେବା ପାଇଁ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନ ଙ୍କୁ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ପଦକ , ସେନା ପଦକ ଓ ବିଶିଷ୍ଟ ସେବା ପଦକ ରେ ସମ୍ମାନିତ କରାଯାଇ ଥିଲା । ଏହାଛଡା ଏନ୍ ଏସ ଏ ଅଜିତ୍ ଦୋଭଲ୍ ଙ୍କ ମିଲିଟାରୀ ଅଦ୍ଭାଇଯାର୍ ମଧ୍ୟ ଥିଲେ ।
