Odisha news

ନିଶା ନିବାରଣ କେନ୍ଦ୍ରର ଭିତିରିକଥା : ବ୍ୟକ୍ତିଙ୍କୁ ନିଶାମୁକ୍ତ କରିବା ପାଇଁ ନିୟମିତ ଖୁଆଉ ଥିଲେ ଏଭଳି ଜିନିଷ

0

ନୂଆଦିଲ୍ଲୀ : ଆମେ ଅପରେସନ ସମୟରେ ପେଟରୁ ଟ୍ୟୁମର, ଷ୍ଟୋନ ବାହାରି ଥିବାର ଜାଣିଥାଉ, କିନ୍ତୁ ବେଳେବେଳେ ଅପରେସନ ମାଧ୍ୟମ ରେ ପେଟରୁ କିଛି ଏଭଳି ଅଦ୍ଭୁତ ଜିନିଷ ବାହାରି ଥାଏ ଯାହା ମଣିଷକୁ ଆଶ୍ଚର୍ଯ୍ୟ କରିଥାଏ l ସେହିଭଳି ଜଣେ ବ୍ୟକ୍ତିଙ୍କ ପେଟରୁ ଏଭଳି ଜିନିଷ ବାହାରିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି l ଜଣେ ବ୍ୟକ୍ତିଙ୍କ ପେଟରୁ ଷ୍ଟିଲ ର ୬୩ ଟି ଚାମଚ ବାହାରିଛି  l ଏହି ଘଟଣାଟି ମୁଜାଫର ନଗର ରୁ ସାମ୍ନା କୁ ଆସିଛି l

ଜଣେ ବ୍ୟକ୍ତିଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ସେ ଡାକ୍ତର ଖାନରେ ପହଂଚି ଥିଲେ l  ଉକ୍ତ ବ୍ୟକ୍ତିଙ୍କ ବୟସ ହେଊଛୀ ବିଜୟ ଓ ବୟସ ହେଉଛି ୪୦ ବର୍ଷ l ଡାକ୍ତରମାନେ ମାନେ ତାଙ୍କ ଯାଞ୍ଚ କରିବା ପରେ ଜାଣିଥିଲେ ଯେ ତାଙ୍କ ପେଟରେ କୌଣସି ବସ୍ତୁ ରହିଛି l ଏହାପରେ ତାଙ୍କର ତୁରନ୍ତ ଅପରେସନ କରାଯାଇ ଥିଲା l ଅପରେସନ ସମୟରେ ଡାକ୍ତରମାନେ ଗୋଟି ଗୋଟି କରି ୬୩ ଟି ଚାମଚ ବାହାର କରି ଥିଲେ  l କିନ୍ତୁ ପ୍ରତି ଚାମଚ ର ଉପର ପାର୍ଶ୍ୱ ଗାୟବ ଥିଲା l  ଦୀର୍ଘ ୪ଘଣ୍ଟା ଧରି ଅପରେସନ ଚାଲିଥିଲା l ବର୍ତମାନ ତାଙ୍କ ସ୍ଥିତି ଗମ୍ଭୀର ଅଛି l

ଏହି ଘଟଣା କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ପରେ ତାଙ୍କ ଘର ଲୋକ ଏହାର ପ୍ରତିକ୍ରିୟା ରଖିଥିଲେ l ତାଙ୍କ ଭଣଜା କହିଥିଲେ ଯେ ବିଜୟଙ୍କ ର ନିଶା ସେବନ ଅଭ୍ୟାସ ଅଛି, ତେଣୁ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡା ଯାଇଥିଲା l ସେଠାକାର ଷ୍ଟାଫ ମାନେ ବିଜୟଙ୍କୁ ଜବରଦସ୍ତି ଏଭଳି ଚାମଚ ର ଖାଲି ନାଡ଼ ଖୁଆଇ ଥିଲେ l ବିଜୟ ଘରକୁ ଫେରିବା ପରେ ପେଟ ଯନ୍ତ୍ରଣା ହେଉ ଥିବାର ସବୁବେଳେ କହୁଥିଲେ l ବର୍ତମାନ ବିଜୟ ଙ୍କ ପରିବାର ଲୋକେ ପୋଲିସ ପ୍ରଶାସନ ଉପରେ ଭରସାରେ ରହିଛନ୍ତି l

Nalco
Leave A Reply