Odisha news

ଆରଡି : ସୂର୍ଯ୍ୟପରାଗରେ ରବିବାର ଦିବା ଅଢେଇଟା ଯାଏଁ ବନ୍ଦ ରହିବ ବାବାମଣିଙ୍କ ମନ୍ଦିର

0

ଆରଡି :ଆସନ୍ତା ରବିବାର ସୂର୍ଯ୍ୟପରାଗ ପଡୁଥିବାରୁ ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଚୂଡନ୍ତ ହୋଇଛି ପରାଗ ନୀତିକାନ୍ତି । ମନ୍ଦିରର ପରମ୍ପରା ଅନୁଯାୟୀ ପାକତ୍ୟାଗ ଠାରୁ ପରାଗ ସର୍ବମୋକ୍ଷ ପର୍ଯ୍ୟନ୍ତ ମଣିବାବାଙ୍କର ସମସ୍ତ ସେବାପୂଜା ସମେତ ଦର୍ଶନ ବନ୍ଦ ରହିଥାଏ ।

ଏଥିପାଇଁ ଶୁକ୍ରବାର ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ପରାଗ ନୀତିକାନ୍ତି । ଶନିବାର ଦୈନଦିନ ନୀତିନୀର୍ଘଣ୍ଟ ଅନୁଯାୟୀ ମଙ୍ଗଳ ଆଳତୀ, ମହାସ୍ନାନ, ଘର୍ଷଣ ଲାଗି, ପହିଲିଭୋଗ, ଯୋଗୀ ବେଶ, ବଡସିଂହାର ବେଶ ଆଦି ସମସ୍ତ ନୀତି ରାତ୍ର ୧୦ଟା ସୁଧା ସମ୍ପନ୍ନ ହେବା ପରେ ମଣିବାବାଙ୍କୁ ପହୁଡ ନୀତି କରାଯିବ ।

ଚଳିତ ସୂର୍ଯ୍ୟପରାଗ ନିମନ୍ତେ ପାକତ୍ୟାଗ ଶନିବାର ରାତ୍ର ୧୦ଟା ୧୫ରୁ ଆରମ୍ଭ ହେଉଥିବାରୁ ରବିବାର ସୂର୍ଯ୍ୟପରାଗ ସର୍ବମୋକ୍ଷ ଦିବା ୨ଟା୨୨ରେ ହେବ । ସେଥିପାଇଁ ରବିବାର ଦୈନଦିନ ନୀତିକାନ୍ତି ଦିବା ୨ଟା୩୦ମି(ଅଢେଇଟା) ଠାରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ, ସେବାୟତ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.