ଭାରତରେ ଯେତେବେଳେ ବଡ଼ ମନ୍ଦିର କଥା କୁହାଯାଇ ଥାଏ ସେତେବେଳେ ତାମିଲନାଡୁ ର ରଙ୍ଗନାଥ ସ୍ବାମୀ ମନ୍ଦିର କଥା କୁହାଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୬ଲକ୍ଷ ବର୍ଗ କ୍ଷେତ୍ରରେ ବ୍ୟାପ୍ତ ଏହି ମନ୍ଦିର ବିଶ୍ଵର ସବୁଠୁ ବଡ଼ ମନ୍ଦିର ନୁହେଁ ।
ବିଶ୍ବର ସବୁଠୁ ବଡ ମନ୍ଦିର ଏପରି ଗୋଟିଏ ଦେଶରେ ରହିଛି ଯେଉଁଠି ଜଣେ ବି ହିନ୍ଦୁ ନାହାନ୍ତି । ସେହି ଦେଶ ଟି ହେଉଛି କମ୍ବୋଡିଆ , ଏଠାରେ ଥିବା ଅଙ୍କୋରବାଟ ମନ୍ଦିର ସିମାରିପ ସହରରେ ଅବସ୍ଥିତ ।
ଭଗବାନ୍ ବିଷ୍ଣୁ ଙ୍କ ପାଇଁ ନିର୍ମିତ ଏହି ମନ୍ଦିର ର କ୍ଷେତ୍ରଫଳ ୮ ଲକ୍ଷ ୨୦ ହଜାର ବର୍ଗ ମିଟର । ଏହି ମନ୍ଦିର କୁ UNESCO dwara ବିଶ୍ଵ ର ସ୍ଥାପତ୍ୟ ଭାବରେ ସ୍ଥାନ ପାଇଛି । ଏହି ମନ୍ଦିର କୁ ବିଶ୍ଵର ପ୍ରସିଧ ଧାର୍ମିକ ସ୍ଥଳ ଭାବରେ ଘୋଷଣା କରାଯାଇଛି । ଏହି ମନ୍ଦିର ର ନିର୍ମାଣ ୧୧୧୨ ରୁ ୧୧୫୩ ଖ୍ରୀଷ୍ଟାବ୍ଦ ରେ ନିର୍ମାଣ ହୋଇଥିଲା ।
ବିଶ୍ବର ଏହି ବଡ ମନ୍ଦିରର ଆକାର ଦିଲ୍ଲୀ ର ଅକ୍ଷର ଧାମ ମନ୍ଦିର ର ୪ ଗୁଣା ବଡ଼ । ଏହି ମନ୍ଦିର ର ସ୍ୱତନ୍ତ୍ରତା ହେଉଛି ଏହି ମନ୍ଦିର ୪ ପଟରେ ଖୋଳା ଯାଇଥିବା ଖାଲ ଯାହାର ଚଉଡ଼ା ୭୦୦ ମିଟର ଅଟେ, ଯାହାକି ମନ୍ଦିରକୁ ସୁରକ୍ଷା ଦେଉଛି ।
ମନ୍ଦିର ରେ ପ୍ରବେଶ ପାଇଁ ବିଶାଳ ଦ୍ଵାରା ନିର୍ମାଣ ହୋଇଛି , ଯାହା ପାଖାପାଖି ୧୦୦୦ ଫୁଟ ଚଉଡ଼ା ଅଟେ । ମନ୍ଦିର ଟି ସାଢେ଼ ୩ କିଲୋମିଟର ପଥର କାନ୍ଥରେ ପରିବେଷ୍ଟିତ ରହିଛି । ପାଚେରୀ ପରେ ୭୦୦ ଫୁଟ ର ଖାଲ ରହିଛି ଓ ଏହା ଉପରେ ୩୬ ଫୁଟ ଚଉଡ଼ା ର ପୋଲ ନିର୍ମାଣ ହୋଇଛି ।