ତେଲକୋଇ-ତେଲକୋଇ ମୁଖ୍ୟାଳୟ ରେ ଥିବା ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଥିବାବସ ଷ୍ଟାଣ୍ଡକୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଦକ୍ଷତା ବିକାଶ ବୈଷୟିକ ଓ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୁରୁବାର ସମୀକ୍ଷା କରିଛନ୍ତି।ସମୀକ୍ଷା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ ତହସିଲଦାର ଅଶ୍ୱିନୀ କୁମାର ନାଏକ, ବିଡିଓ ଦିଲ୍ଲୀପ କୁମାର ବାଡ଼ା, ଜିପିଓ ବିଶ୍ୱନାଥ ମଲ୍ଲିକ ସାମିଲ ହୋଇଥିଲେ।ତୁରନ୍ତ ବସ ଷ୍ଟାଣ୍ଡକୁ କାର୍ଯ୍ୟ କ୍ଷମ କରାଯିବା ପାଇଁ ବ୍ଲକ ପ୍ରଶାସନ କୁ ନିର୍ଦେଶ ଦେଇଥିଲେ।ଶୌଚାଳୟ,ଷ୍ଟ୍ରିଟ ଲାଇଟ ସହିତ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ସମୟରେ ତେଲକୋଇ ସମବାୟ ସମିତିର ଧାନ ମଣ୍ଡି ବନ୍ଦ କୁ ନେଇ ଅଂଚଳର ଚାଷୀମାନେ ମନ୍ତ୍ରୀଙ୍କୁ ଘେରିଥିଲେ।ମନ୍ତ୍ରୀ ଚାଷୀ ମାନଙ୍କ ସହ ଆଲୋଚନା କରି ଖୁବଶୀଘ୍ର ଧାନ ମଣ୍ଡି ଖୋଲାଯାଇ ଧାନ କ୍ରୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଚାଷୀ ଅରକ୍ଷିତ ପ୍ରଧାନ, ପ୍ରମୋଦ ସାହୁ, ଲକ୍ଷ୍ମଣ ବିଶ୍ୱାଳ, ଭଦ୍ରୀ ସେନ ପ୍ରଧାନ, ଯୋଗୀ ସାହୁ, ମହି ସାହୁ ପ୍ରମୁଖ ଚାଷୀମାନେ ସାମିଲ ହୋଇଥିଲେ।