Odisha news

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣା : ଘଟଣା ସ୍ଥଳରେ ପହଞ୍ଚିଲେ ବିଜେପି ଟିମ୍, ଦୋଷୀକୁ ତୁରନ୍ତ ଗିରଫ ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି।

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ନିର୍ମମ ହତ୍ୟା ଘଟଣା ପରେ ଉଷ୍ମ ହୋଇଛି ରାଜନୀତି। ଗୁରୁବାର ଘଟଣା ସ୍ଥଳରେ ବିଜେପିର ବରିଷ୍ଠ ନେତୃବୃନ୍ଦ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ଘଟଣାକୁ କଡା ନିନ୍ଦା କରିବା ସହ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ।
ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସିକା ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ, କବିସୂର୍ଯ୍ୟନଗର ବିଧାୟକ ପ୍ରାର୍ଥୀ ରଂଜନ କୁମାର ପୋଲାଇ, ଘୁମୁସର ଜିଲ୍ଲା ବିଜେପି ଉପ ସଭାପତି ପ୍ରଭାକର ପଣ୍ଡା, ଖଲ୍ଲିିକୋଟ ବରିଷ୍ଠ ନେତା ଅନୀଲ ପଣ୍ଡା, ଯୁବ ନେତା ରମାକାନ୍ତ ଦୋରା ସମେତ ବହୁ ବରିଷ୍ଠ ନେତା ସୁମଣ୍ଡଳରେ ପହଞ୍ଚି ଗୁଳିକାଣ୍ଡ ହୋଇଥିବା ସ୍ଥାନକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ଯା କରାଯାଉଥିବା ବେଳେ ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି ବିଜେପି।
ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ଯ ଏଯାବତ୍ ପୋଲିସ ଅପରାଧିକୁଂ ଗିରଫ କରିବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ବରିଷ୍ଠ ନେତୃବୃନ୍ଦ। ଅପରପକ୍ଷେ ଶାସକ ଦଳର ଜଣେ ବରିଷ୍ଠ ନେତାଙ୍କୁ ଯେଉଁଭଳି ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନ ତଥା ଚା ଦୋକାନ ସମ୍ମୁଖରେ ଅତି ନିର୍ମମ ଭାବେ ହତ୍ୟା କରାଗଲା ଏହାକୁ କଡା ଭାଷାରେ ନିନ୍ଦା କରାଯିବା ସହ ସ୍ବର୍ଗତ ଦେବରାଜ ସାହୁଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ ବିଜେପି ଟିମ୍। ପରେ ସ୍ବର୍ଗତ ସାହୁଙ୍କ ପରିବାରକୁ ଯାଇ ଘଟଣା ସଂପର୍କରେ ବିସୃତ ଭାବେ ଆଲୋଚନା କରିଥିଲେ।
ରିପୋର୍ଟ : ସୁଶାନ୍ତ କୁମାର ପଟ୍ଟନାୟକ ।
Nalco
Leave A Reply