Odisha news

ତେଲକୋଇ : ନିଶା ଦେଇ ୪୯ନଂ ଜାତୀୟ ରାଜପଥ ରୁ ଟ୍ରକ ଲୁଟ

0
ତେଲକୋଇ :  ଟ୍ରକ ଡ୍ରାଇଭର ଙ୍କୁ ନିଶା ଦେଇ ତେଲ ବୋଝେଇ ଏକ ଟ୍ରକ କୁ ୪୯ନଂ ଜାତୀୟ ରାଜପଥ ରୁ ଚୋରି ହୋଇଥିବା ନେଇ ତେଲକୋଇ ଥାନାରେ ଗୁରୁବାର ଅଭିଯୋଗ ହୋଇଛି ।ଅଭିଯୋଗ ପରେ  ଚୋରି ହୋଇଥିବା ୧୪ ଚକିଆ ଟ୍ରକ ର ତିରପାଳ ସୁନ୍ଦରଗଡ ଜିଲ୍ଲା କୁଆଁର ମୁଣ୍ଡା ଥାନା ରେ ଜବଦ ହୋଇଥିବା ଦୁଇଟି ତେଲ ବୋଝେଇ ଟ୍ରକ ରୁ ମିଳିବା ପରେ ଘଟଣା ପଦାକୁ ଆସିଛି। ସୂଚନା ଅନୁଯାଇ ଗତ ୯ ତାରିଖ ରେ ପଶ୍ଚିମବଙ୍ଗ ହଳଦିଆ ଠାରୁ ଝାରସୁଗୁଡା ଅଭିମୁଖେ ଡବ୍ଲ୍ୟୁବି୫୭ବି୫୫୪୪ନଂ ର ଏକ ୧୪ ଚକିଆ ଟ୍ରକରେ ତେଲ ବୋଝେଇ ହୋଇ ଯାଉଥିଲା। ତେବେ୧୦ ତାରିଖ ରାତି ୧୦.୧୬ ରେ  ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ପାଖ ମୁକ୍ତାପୁର ପାଖରେ ଟ୍ରକ ର ଜିପିଏସ ବନ୍ଦ ହୋଇଯାଇଥିଲା। ୧୨ତାରିଖ ପର୍ଯ୍ୟନ୍ତ ଟ୍ରକ ର କୌଣସି ଖବର ନମିଳିବାରୁ ଟ୍ରକ ମାଲିକ ସାହାଯାନ ଶେଖ ଟ୍ରକ କୋ ଖୋଜି ପାଲଲହଡା ପହଂଚି ଥାନାରେ ଅଭିଯୋଗ କରିଥିଲେ। ଏହି ସମୟରେ ପାଲଲହଡା ମେଡିକାଲ ଆଗରେ ୧୧ତାରିଖ ସକାଳେ ନିଶାସକ୍ତ ହୋଇ ଦୁଇଜଣ ଭର୍ତି ହୋଇଥିବା ନେଇ ସୂଚନା ପାଇଥିଲେ। ମେଡିକାଲ ରେ ଭର୍ତି ହୋଇଥିବା ଦୁଇ ଜଣ ଚୋରି ଟ୍ରକ ର ଦୁଇ ଚାଳକ ବୋଲି ପରିଚୟ ମିଳିଥିଲା। ତେବେ ପାଲଲହଡା ମେଡିକାଲ ରୁ ଜଣେ ଡ୍ରାଇଭର ଘଟଣା ସ୍ଥଳକୁ କ ଆଣି ଚୋରି ଜାଗା ଚି଼ହ୍ନଟ ପୋଲିସ କରିଥିବା ବେଳେ ଚୋରି ସ୍ଥାନ ତେଲକୋଇ ଥାନା ଅଞ୍ଚଳ ରେ ହୋଇଥିବା ଜଣାପଡିଥିଲା ଓ ଟ୍ରକ ମାଲିକ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ କୁଆଁର ମୁଣ୍ଡା ଥାନା ରେ ଦୁଇଟି ତେଲ ବୋଝେଇ ଟ୍ରକ ଜବଦ ହୋଇଥିବା ଖବର ପାଇ ତେଲକୋଈ ପୋଲିସ ମାଲିକ ଓ ଦୁଇ ଡ୍ରାଇଭର ଙ୍କୁ ନେଇ କୁଆଁର ମୁଣ୍ଡା ଥାନା ରେ ପହଂଚି ଜବଦ ଗାଡ଼ିରେ ଚୋରି ଗାଡିର ୩ଟି ତିରପାଳ ରହିଥିବା ଜାଣି ଥିଲେ। ତେବେ ଚୋରି ହୋଇଥିବା ଗାଡିର ତେଲ ଜବଦ ଗାଡି ଦୁଇଟି ର ତେଲ ସମାନ ବୋଲି ଜଣାପଡ଼ିଛି। ଏପର୍ଯ୍ୟନ୍ତ ଚୋରି ଟ୍ରକ କୁ ମଧ୍ୟ ପୋଲିସ ଠାବ କରିପାରିନଥିବା ଜଣା ପଡିଛି।ଏ ନେଇ ଦୁଇ ଜଣ କୁ ଅଟକ ରଖି ପଚରାଉଚରା ଜାରି ରଖାଯାଇଛି।
Leave A Reply