Odisha news

ପ୍ରଶାସନର ଦୃଷ୍ଟି ଆଢୁଆଳରେ କାଣ୍ଡିଆଧାର ଜଳପ୍ରପାତ

0

ବାରିପଦା  : ମୟୂରଭଞ୍ଜରେ ପର୍ଯ୍ୟଟକଙ୍କ ପାଇଁ ବହୁ ସୁନ୍ଦର ଦର୍ଶନୀୟ ସ୍ଥାନ ସହିତ ପାହାଡ ଜଙ୍ଗଲରେ ମଧ୍ୟ ଦେଖିବା ଭଳିଆ ବା ଉପଭୋଗ କରିବା ବହୁ ସ୍ଥାନ ରହିଛି, ଯାହାକି ମୟୂରଭଞ୍ଜ ବାସିନ୍ଦା ବା ବାହାର ପର୍ଯ୍ୟଟକମାନଙ୍କ ପାଖରୁ ବହୁ ଦୂରରେ । କାରଣ ଗମନାଗମନର ସୁବିଧା ନଥିବାରୁ ସେହି ସ୍ଥାନଗୁଡିକ ପର୍ଯ୍ୟଟକଙ୍କ ଗୋଚରକୁ ଆସି ପାରିନାହିଁ । ତାହା ମଧ୍ୟରେ କାଣ୍ଡିଆଧାର ଜଳପ୍ରାପାତ ଏକ ଅନ୍ୟତମ । କାଣ୍ଡିଆଧାର ଜଳପ୍ରାପତ ଏବଂ ଜଳାଶୟ ବାରିପଦାରୁ ରାସଗୋବିନ୍ଦପୁର ଏବଂ ଖେରନା ଗ୍ରାମ ଦେଇ ଶଙ୍ଖାଭଙ୍ଗା ପାରି ହେବା ପରେ ତଳକୁ ରାସ୍ତା ଯାଇ ଏକ ନଦୀ ପାଖରେ ଅଟକି ଯାଇଛି ।

ନଦୀରେ ପୋଲ ନଥିବାରୁ ସେଠାରୁ ୨.୫ କିଲୋମିଟର ପାଦରେ ଚାଲିବାକୁ ହେବ ଏବଂ ଯିବା ରାସ୍ତାରେ ଉଭୟପାଶ୍ୱର୍ରେ ପାହାଡ ଜଙ୍ଗଲର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିବ । ପରେ ପଥୁରିଆ ରାସ୍ତାରେ ଉପର ତଳ ହୋଇ କିଛିବାଟ ଯିବାକୁ ପଡିବ ଓ ଏକ ବୃହତ ଜଳକୁଣ୍ଡ ଦେଖିବାକୁ ମିଳିବ । ସେଠାରୁ ଆଗକୁ ଚାହିଁଲେ ଦୁଇ ପାହାଡ ମଝିରେ ଜଳପ୍ରାପତଟିଏ ଝର ଝର ହୋଇ ପ୍ରବାହିତ ହୋଇଥାଏ । ଜଙ୍ଗଲ ପାହାଡ ଏବଂ ଜଳାଶୟ ସାଙ୍ଗରେ ଜଳପ୍ରାପତଟି ଆକର୍ଷଣୀୟ । ଯେହେତୁ ଗମନା ଗମନର ସୁବିଧା ନଥିବାରୁ ତାହା ବହୁ ପର୍ଯ୍ୟଟକଙ୍କ ପାଖରୁ ବହୁ ଦୂରରେ । ସରକାର ଯଦି ଏହା ପ୍ରତି ଦୃଷ୍ଟି ମାନ୍ୟତା ପ୍ରଦାନ କରିବେ ତେବେ ଏହା ଏକ ଭଲ ପର୍ଯ୍ୟଟନସ୍ଥଳ ହୋଇପାରନ୍ତା ବୋଲି ଜାତୀୟସ୍ତରୀୟ ପର୍ବତ ଆରୋହୀ ତଥା ଗବେଷକ ପ୍ରସନ୍ନ ମିଶ୍ର ମତପ୍ରକାଶ କରିଛନ୍ତି ।

Nalco
Leave A Reply