ତେଲକୋଇ : ତେଲକୋଇ ବ୍ଳକ ର ଗୋଳାବନ୍ଧ ଠାରେ ମେଘା ବିଦ୍ୟୁତ ପ୍ରକଳ୍ପ ର କାର୍ଯ୍ୟ କୁ ଶୁକ୍ରବାର ରାଜ୍ଯ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ ସମୀକ୍ଷା କରିଛନ୍ତି । ଏହି ଅଂଚଳର ବିଦ୍ୟୁତ ସମସ୍ୟା ରହୁଥିବା ବେଳେ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମେଘା ବିଦ୍ୟୁତ ପ୍ରକଳ୍ପ ରେଙ୍ଗାଳୀ ଡ୍ୟାମ ଅଂଚଳରୁ ତେଲକୋଇ ଦେଇ କଲିକତା ଯାଏ ଯାଉଥିବା ବେଳେ ଏହାକୁ ବ୍ଳକ ଅଧୀନ ର ଗୋଳାବନ୍ଧ ଠାରେ କାର୍ଯ୍ୟ କରାଯାଉଛି । ଏଥିରେ ୪୩ କୋଟି ରୁ ଊର୍ଦ୍ଧ୍ୱ ଟଙ୍କା ର ବ୍ୟୟ ବରାଦ ରହିଛି ।
ତେବେ ମନ୍ଥର ଗତିରେ କାର୍ଯ୍ୟ କୁ ନେଇ ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବା ସହିତ ଅଂଚଳ ବାସୀ ଙ୍କ ପାଇଁ ଅବଶ୍ୟକ ବିଦ୍ୟୁତ ସେବା କୁ ଗୁରୁତ୍ୱ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବିଦ୍ୟୁତ ବିଭାଗ ର ପ୍ରୋଜେକଟ୍ ମ୍ୟାନେଜର ପଦ୍ମନାଭ ମହାନ୍ତି ଙ୍କ ସହିତ ଓ .ପି .ଟି .ସି ଏଲ .ଏସଡ଼ିଓ ନିର୍ମଳ ନାୟକ ଓ ଯନ୍ତ୍ରୀ ରାକେଶ ଭୋଇ ଅନ୍ତଭୃକ୍ତ ରହିଥିଲେ ।ତେବେ ଏହି ମେଘା ପ୍ରକଳ୍ପ ମାର୍ଚ୍ଚ ଶେଷ ସୁଦ୍ଧା ସଂପୂର୍ଣ ହେବା ଅଧିକାରୀ ମାନେ କହିଥିଲେ । ଏହା ୨୨୦ କେ.ଭି ଦିଆଯିବାର ଯୋଜନା ରେ ଗତ ୩ ବର୍ଷ ହେବ ଗ୍ରୀଡ ଷ୍ଟେସନ ର କାର୍ଯ୍ୟ କରାଯାଉଛି ।ଏହା କାର୍ଯ୍ୟକ୍ଷମ ହେଲେ ତେଲକୋଇରେ ବିଦ୍ୟୁତ ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।