ଚେନ୍ନାଇ: ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ତେଜସ୍ର ଦ୍ୱିତୀୟ ସ୍କ୍ୱାର୍ଡନ୍। ତାମିଲନାଡୁର ସୁଲୁର ଏୟାରବେସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଆର୍.କେ.ଏସ୍ ଭଦୋରିଆ। ଆଜି ଏହାକୁ ଉଡ଼ାଇଛନ୍ତି।
ତେଜସ୍କୁ ଉଡ଼ାଉଥିବା ବାୟୁସେନାର ଏହା ଦ୍ୱିତୀୟ ସ୍କ୍ୱାର୍ଡନ୍। ଏହି ସ୍କ୍ୱାର୍ଡନ୍ର ନାଁ ଦିଆଯାଇଛି ଫ୍ଲାଇଙ୍ଗ୍ ବୁଲେଟ୍ସ। ସ୍ୱେଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ୍ ଚତୁର୍ଥ ପିଢ଼ିର ହାଲକା ଯୁଦ୍ଧ ବିମାନ। ନେପାଳ ଓ ଚୀନ ସହ ସୀମାରେ ଅଶାନ୍ତି ଲାଗି ରହିଥିବାବେଳେ ଏହା ବାୟୁସେନାର ବଳ ବଢ଼ାଇବ ବୋଲି କୁହାଯାଉଛି।
