Odisha news

ଦୀର୍ଘ ଦିନ ପରେ କାଲିଠାରୁ ଘରୋଇ ବସ୍ ଚଳାଚଳ ଆରମ୍ଭ ହେବ

0

ଭୁବନେଶ୍ୱର:ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ଘରୋଇ ବସ୍। ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି
ନିଆଯାଇଥିବା  ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି।

ପ୍ରଥମ ଦଫାରେ ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ। ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାଥାଉ କି, ୨୫ ତାରିଖରୁ ରାଜ୍ୟ ଭିତରେ ଘରୋଇ ବସ୍ ଓ ଟ୍ୟାକ୍ସି ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ହେଲେ ସହମତି ଭିତ୍ତିରେ ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ କହିଥିଲେ।

ବସ୍‌ରେ ଯେତିକି ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯାତ୍ରା କରିବେ। ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେ ନାହିଁ ବୋଲି  ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଥିଲେ।

ଅନ୍ୟପକ୍ଷେ ସରକାରଙ୍କ ସହ ବୈଠକ ହେବା ପରେ ବସ୍ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ।
ଆଜି ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯିବା ପରେ କାଲିଠୁ ଘରୋଇ ବସ୍ ଚଳାଚଳ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।
Leave A Reply

Your email address will not be published.