ସାଧାରଣତ ସଜନା ଓ ମୁନଗା ନାମରେ ଏହା ପରିଚିତ l ପୃଥିବୀର ସମସ୍ତ ସ୍ଥାନରେ ଏହା ଉପଲବ୍ଧ ସଜନାରେ ଅଲଗା ଅଲଗା ଅଂଶରେ ୩00 ରୁ ଅଧିକ ରୋଗ ନିରାକରଣ କରିବାର ଶକ୍ତି ଅଛି l ସଜନା ଛୁଇଁ କୁ ଇଂଗ୍ରାଜୀରେ ଡ୍ରମ ଷ୍ଟିକ ବୋଲି କହିଥାନ୍ତି l ଏହାର ବନସ୍ପତି ନାମ ମୋରିଙ୍ଗ ଓଲିଫେର ଅଟେ l ଭାରତରେ ସଜନା ଛୁଇଁ ଘରେ ଘରେ ପରିଚିତ ,କିନ୍ତୁ ଦକ୍ଷିଣ ପୂର୍ବ ଭାରତରେ ସଜନା ଛୁଇଁରେ ବ୍ୟବହାର ଖାଦ୍ୟରେ ଅଧିକ କରାଯାଇଥାଏ l ଭାରତ ବ୍ୟତୀତ ବିଦେଶରେ ମଧ୍ୟ ସଜନା ଛୁଇଁରେ ଚାହିଦା ଅଛି l ଯେମିତିକି ଫିଲିପାଇନ୍ସ ,ମେକ୍ସିକୋ ,ଶ୍ରୀଲଙ୍କା ,ମାଲେସିୟା ,ଜାପାନ ଓ ଥାଇଲାଣ୍ଡ ପ୍ରଭୃତି ଦେଶରେ ମଧ୍ୟ ସଜନାର ଉପଯୋଗ ଅଧିକ ମାତ୍ରାରେ କରାଯାଇଥାଏ l
ସଜନା ଛୁଇଁ ଔଷଧୀୟ ଗୁଣରେ ଭରପୁର ଅଟେ l ଏଥିରେ ୯୨ ପ୍ରକାରର ମଲ୍ଟି ଭିଟାମିନ ,୪୬ ପ୍ରକାରର ଆଣ୍ଟି ଆକ୍ସିଡେଣ୍ଟ ,୩୬ ପ୍ରକାରର ଯନ୍ତ୍ରଣା ପ୍ରତିରୋଧକ ଗୁଣ ,୧୮ ପ୍ରକାରର ଏମିନୋ ଏସିଡ ମିଳିଥାଏ l ମଣିଷଙ୍କ ଠାରୁ ନେଇ ଗାଈ ଗୋରୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସଜନା ମୂଲ୍ୟବାନ ଅଟେ l ଯଦି ସଜନା ପତ୍ରକୁ ଗାଈ ମାନଙ୍କୁ ଚାରା ଭାବରେ ଦିଆଯାଏ ତେବେ ସେମାନେ ଭଲ କ୍ଷୀର ଦେଇଥାନ୍ତି l ସଜନା ଛୁଇଁରେ ଔଷଧୀୟ ଗୁଣ ଯୋଗୁ ଆଚାର ଓ ଚଟଣି ହିସାବରେ ବ୍ୟବହାର କରାଯାଇ ବିଭିନ୍ନ ରୋଗର ନିରାକରଣ କରାଯାଏ l ସଜନା ସବୁ ଋତୁରେ ଉପଲବ୍ଧ ହୁଏ l ସଜନାର ଫୁଲ ,ଶାଗ ଓ ଫଳ ସବୁକିଛିକୁ ମଣିଷ ତାର ଖାଦ୍ୟ ଭାବରେ ଗ୍ରହଣ କରିଥାଏ l
* ଭୋଜନ ହିସାବରେ ସଜନା ଏକ ପୌଷ୍ଟିକ ଖାଦ୍ୟ ଅଟେ l
* ଶୁଖିଲା ସଜନା ଛୁଇଁରେ ମଞ୍ଜିରେ ଜଳ ବିଶୋଧାନା କ୍ଷମତା ଅଛି l
* ସଜନାର ଚେର ,ଡାଳ ଓ ଚୋପା ଇତ୍ୟାଦି ଆୟୁର୍ବେଦରେ ବିଭିନ୍ନ ରୋଗ ପାଇଁ ବ୍ୟବହୃତ ହୋଇଥାଏ l
* ସଜନାରେ କାର୍ବୋ ହାଇଡ୍ରେଡ଼ ,ପ୍ରୋଟିନ ,କ୍ୟାଲ୍ସିଅମ ,ପୋଟାସିୟମ ,ଆଇରନ ,ମଗ୍ନେଶୀୟମ ,ଭିଟାମିନ-ଏ ,ସି ଓ ବି ପ୍ରଚୁର ପରିମାଣରେ ମିଳିଥାଏ l
* ସଜନାରେ କ୍ଷୀର ଠାରୁ ୪ ଗୁଣ ଅଧିକ କ୍ୟାଲ୍ସିଅମ ଓ ୨ ଗୁଣ ଅଧିକ ପ୍ରୋଟିନ ମିଳିଥାଏ l
ସଜନା ଖାଇଲେ ଆମକୁ କି ଲାଭ ମିଳିଥାଏ –
* ଚର୍ମ ରୋଗ ପାଇଁ ସଜନା ହେଉଛି ଏକ ଅମୁଲ୍ୟ ଔଷଧ l ଯଦି ଆମେ ସପ୍ତାହକୁ ଠାରେ ମାତ୍ର ସଜନା ଶାଗ ଓ ସଜନା ଫୁଲକୁ ଆମ ଖାଦ୍ୟରେ ସାମିଲ କରିବା ତେବେ ସମସ୍ତ ପ୍ରକାର ଚର୍ମ ରୋଗରୁ ଦୁରେଇ ହୋଇ ରହିବl l
* ସଜନାରେ ଭିଟାମିନ-ସି ର ସ୍ତର ଅଧିକ ଥିବା ହେତୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ l ତା ସହିତ ସମସ୍ତ ସଂକ୍ରମଣରୁ ଶରୀରକୁ ଦୁରେଇ ରଖିଥାଏ l
* ଅଧିକ ସର୍ଦି ହେଲେ ଆମର ନାକ ବନ୍ଦ ହୋଇଯାଏ l ଯଦି ଏହି ସମୟରେ ଆମେ ପାଣିରେ ଲୁଣ ଓ ସଜନାକୁ ସିଝାଇ ଆଘ୍ରାଣ କରିବା ତେବେ ସର୍ଦି ରୁ ମୁକ୍ତି ପାଇବା l
* ଗର୍ଭାବସ୍ଥାରେ ମା ଓ ଶିଶୁ ପାଇଁ ସଜନା ଅମୃତ ସଦୃଶ ଅଟେ l ମା ଗର୍ଭବତୀ ଥିବା ସମୟରେ ଯଦି ସଜନା ଶାଗ ଓ ଛୁଇଁ ଖାଏ ତେବେ ଗର୍ଭସ୍ଥ ଶିଶୁର ଶରୀରରେ କ୍ୟାଲ୍ସିୟମ ର ମାତ୍ରl ଠିକ ରହିଥାଏ l ଶିଶୁର ଜନ୍ମ ପରେ ମା ମାନେ ସଜନା ଖାଇବା ଦ୍ୱାରା କ୍ଷୀର ଭଲ ହୋଇଥାଏ l
* ଆଜିକାଲି ସାଧାରଣତଃ ଅର୍ଶ ଯନ୍ତ୍ରଣାରେ ପ୍ରାୟ ସମସ୍ତେ କଷ୍ଟ ପାଉଛନ୍ତି l ଅର୍ଶ ପାଇଁ ସଜନା ଅତ୍ୟନ୍ତ ଉପଯୋଗୀ l ସଜନା ସାଗର ରସକୁ ପ୍ରତିଦିନ ପିଇଲେ ଅର୍ଶ ଠିକ ହୋଇ ଯାଇଥାଏ l