ମାଲକାନଗିରି : କୋରନା ପାଇଁ ଦୀର୍ଘ ଦିନ ହେଲା ଓଡିଶା ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ଘର ବନ୍ଦୀ ଅବସ୍ଥାରେ ରହିଛନ୍ତି l ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କୁ ଆଖିରେ ରଖି ମାଲକାନଗିରି ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ଯାଳୟ ତରଫରୁ ଗ୍ରାମାଞ୍ଚାଳରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକୁ ବହି ଯୋଗାଇ ଦିଆଯାଇଛି l ଗ୍ରାମରେ ଥିବା ଛାତ୍ରଛାତ୍ରୀମାନଂକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଘରକୁ ଘର ଯାଇ ବହି ଆବଣ୍ଟନ କରିଛନ୍ତିl ମାଲକାନଗିରି ଜିଲ୍ଲାରେ ୨ୟ ରୁ ୮ମ ଶ୍ରେଣୀ ପର୍ଯ୍ଯନ୍ତ ୯୭ ହଜାର ୩୨୨ ଜଣ ଛାତ୍ରଛାତ୍ରୀ ଅଧ୍ଯୟନ କରୁଥିବା ବେଳେ ୧୨୧୬ ଗୋଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରହିଛି l
ତେବେ ଶିକ୍ଷକ ଶିକ୍ଷୟିତ୍ରୀମାନେ ୮୩ ହଜାର ୭୦ ଜଣ ଛାତ୍ରଛାତ୍ରୀମାନଙ୍କୁ ବର୍ତ୍ତମାନ ସୁଦ୍ଧା ପୁସ୍ତକ ବଣ୍ଟନ କରିଥିବା ଜଣା ପଡିଛି l ତାଲା ବନ୍ଦ ପାଇଁ ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ନୂତନ ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇ ନଥିବା ବେଳେ ବିଦ୍ଯାଳୟ ଖୋଲିଲେ ନାମ ଲେଖା ଯିବ l ଏଣୁ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବହି ବିତରଣ କରା ନଯାଇ ଗଛିତ ରହିଛି l
ଅନ୍ଯପକ୍ଷରେ ଲକ୍ ଡାଉନ୍ ହେତୁ ୨ୟ ରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ପରୀକ୍ଷା ହୋଇ ନଥିବା ବେଳେ ଶିକ୍ଷା ମନ୍ତ୍ରୀ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନିତ କରାଯାଇଥିବା ଘୋଷଣା କରିଛନ୍ତିl ଏ ସଂପର୍କରେ ଗଣ ଶିକ୍ଷା ବିଭାଗ ତରଫରୁ ଅଦ୍ଯାବଧି କୌଣସି ପତ୍ରାଳାପ ହୋଇ ନାହିଁ l ତେବେଆଗାମୀ ଜୁନ୍ ୧୭ ତାରିଖ ପର୍ଯ୍ଯନ୍ତ ଗ୍ରୀଷ୍ମ କାଳିନ ଛୁଟିର ଅବଧି ସମାପ୍ତ ହେବାକୁ ସରକାରୀ ଘୋଷଣା ଥିବା ବେଳେ ଲକ୍ ଡାଉନ୍ ଯୋଗୁଁ ବିଦ୍ଯାଳୟଗୁଡିକ କେବେ ଖୋଲିବ ସରକାରଙ୍କ ନିର୍ଦ୍ଦେଶନାମା ଉପରେ ନିର୍ଭରଶୀଳ l