ବାସୁଦେବପୁର : ବାସୁଦେବପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ସାରଙ୍ଗପୁର କାଂଶବାଂଶ ନଦୀରୁ ଧରାଯାଇଥିବା କୁମ୍ଭୀରକୁ ଚିକିସିା ପରେ ମନ୍ତେଇ ନଦୀର ଛଡାଯାଇଛି । ସାରଙ୍ଗପୁର ଗ୍ରାମର ସୁଧାକର ବିଶ୍ୱାଳ ପ୍ରତିଦିନ କାଂଶବାଂଶ ନଦୀରେ ମାଛ ଧରିବା ପାଇଁ ଖଡା ପକାଇଥାନ୍ତି । ପ୍ରତିଦିନ ପରି ଗତକାଲି(ଗୁରୁବାର) ସନ୍ଧ୍ୟାରେ ଖଡା ପକାଇ ଦେଇଥିଲେ ।
ସକାଳେ ଖଡା ଉଠାଇବା ବେଳେକୁ ଭାରି ଭାରି ଲାଗିବା ସହିତ ଜୋରରେ ପିଟି ବାଡେଇ ହୋଇଥିଲା । ସୁଧାକର ଭାବିଲେ ଏକ ବଡ ମାଛ ଖଡାରେ ପଡିଛି । ଓଜନ ହୋଇଥିବାରୁ କଷ୍ଟରେ ଉଠାଇବା ବେଳକୁ ଦେଖି ଚ୍ମକି ପଡିଥିଲେ । ସଙ୍ଗେ ସଙ୍ଗେ ଗାଁ ଲୋକମାନଙ୍କୁ ଡାକିଥିଲେ । କୁମ୍ଭୀର ଦେଖିବା ପରେ ଗାଁ ମଧ୍ୟକୁ ସୁଧାକର ନେଇ ଆସିଥିଲେ ।
ଖବର ପାଇ ବାସୁଦେବପୁର ବନ ବିଭାଗ କର୍ମଚାରୀ ପହଞ୍ଚି ଏକ ବଲେରୋରେ ବାସୁଦେବପୁର ନେଇ ଆସିଥିଲେ । କୁମ୍ଭୀର ପେଟରେ ପସିଥିବା (ଖଡା କଣ୍ଟା) କଣ୍ଟାକୁ ବାହାର କରିବା ପାଇଁ ପଶୁ ଚିକିସିାଳୟରେ ଭର୍ତ୍ତି କରିଥିଲେ । ବାସୁଦେବପୁର ପଶୁ ଚିକିସିାଳୟର ସହକାରୀ ପଶୁ ଚିକିସିକ ଡାକ୍ତର ମହେଶ୍ୱର ପରିଡା ଓ କର୍ମଚାରୀମାନେ ମିଳତ ଭାବେ କଣ୍ଟାକୁ ବାହାର କରିଥିଲେ । ପରେ ବନ ବିଭାଗର କର୍ମଚାରୀମାନେ ମନ୍ତେଇ ନଦୀରେ ଛାଡି ଦେଇଥିଲେ ।