କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ବିଭିନ୍ନ ସଂଗରୋଧ ଶିବିର ପାଇଁ ଡିୟୁଟି ରେ ଥିବା ଶିକ୍ଷକ ମାନଙ୍କୁ ସଂକ୍ରମଣ ସୁରକ୍ଷା ଉପକରଣ ଦେବାପାଇଁ ଦାବି କରାଯାଇଛି । ଶୁକ୍ରବାର ଏହି ଶିକ୍ଷକ ମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଲିଖିତ ଦାବି ପ୍ରଦାନ କରିବା ସହ ତୁରନ୍ତ ସଂକ୍ରମଣ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ପ୍ରବାସୀ ମାନଙ୍କ ପଞ୍ଜିକରଣ ସହ ବିଭିନ୍ନ ସଂଗରୋଧ ଶିବିର କୁ ପଠା ଯାଉଥିବା ବ୍ୟବସ୍ଥା କରାଯାଇଛି ।
ଏଠାରେ ଡେରାବିଶ ବ୍ଲକର ଶିକ୍ଷକ ମାନଙ୍କୁ ଡିୟୁଟି ରେ ଲଗାଯାଇଛି । ଏହି ଶିକ୍ଷକ ମାନେ କଲେଜରୁ ବିଭିନ୍ନ ସଂଗରୋଧ ଶିବିର କୁ ପ୍ରବାସୀ ମାନଙ୍କ ସହ ଯାଉଥିବା ବେଳେ ସଂକ୍ରମଣରୁ ସୁରକ୍ଷା ପାଇଁ ଗ୍ଲୋବସ, ମାସ୍କ, ସାନିଟାଇଜର ଓ ସୁରକ୍ଷା ପୋଷାକ ଦିଆ ଯାଇନାହିଁ । ଫଳରେ ଏହି ଶିକ୍ଷକ ମାନଙ୍କ ଜୀବନ ପ୍ରତି ବିପଦ ଦେଖା ଦେଇଛି ବୋଲି ରାମ ଚନ୍ଦ୍ର ଆଚାର୍ଯ୍ୟ, ଦାମୋଦର ଦୈବେଦୀ, ସାନ୍ତନୁ କୁମାର ପଣ୍ଡା, ଖଗେଶ୍ୱର ନାଥ, ଅଭିରାମ ମିଶ୍ର, କନକଲତା ପୃଷ୍ଟି , ସନ୍ତୋଷ ମଲିକ ପ୍ରମୁଖ ଦାବି କରିଛନ୍ତି ।