Odisha news

ପୂର୍ବତନ ବିଧାୟକଙ୍କ ଉଦ୍ୟମରେ କେରଳରୁ ଫେରିଲେ ୧୬୯ ପ୍ରବାସୀ

0

କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲାର ୧୬୯ ଜଣ ପ୍ରବାସୀ କେରଳ ରେ ରହି ଏକ ପୋଷାକ କମ୍ପାନୀରେ କାମ କରୁଥିବା ବେଳେ ଲକ ଡାଉନ କଟକଣା ଘୋଷଣା କରା ଯାଇଥିଲା । ଏହି ପ୍ରବାସୀ ମାନେ ଶୁକ୍ରବାର ରାଜନଗର ର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ବ୍ୟକ୍ତିଗତ ଉଦ୍ୟମରେ  କେନ୍ଦ୍ରାପଡା ଫେରି ଥିବାର ଜଣା ପଡିଛି । ଦୀର୍ଘ ୨ମାସ ଧରି କେରଳରେ ଅଟକ ରହିଥିବା ରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଖବର ପାଇ ରାଜନଗର ର ପୂର୍ବତନ କଂଗ୍ରେସ ବିଧାୟକ ଶ୍ରୀ ମହାନ୍ତି ସେମାନଙ୍କ ଫେରିବା ପାଇଁ ଉଦ୍ୟମ କରିଥିଲେ । ଏଥିପାଇଁ ବ୍ୟକ୍ତିଗତ ସମ୍ପର୍କ ଥିବା ବଲିଉଡ ଅଭିନେତା ସଂଜୟ ସୁଦ୍ ଙ୍କ ସହ ଯୋଗାଯୋଗ କରି ଫେରାଇ ଅଣିବାର ବାଟ ଖୋଲିଥିଲା ।

ରାଜନଗର ଅଂଚଳର ଏହି ପ୍ରବାସୀ ମାନଙ୍କୁ ଆଣିବା ପାଇଁ ଉଦ୍ୟମ ଜାରି ରଖି ଅଭିନେତା ସଂଜୟ ସୁଦ୍ ଙ୍କ ସହିତ ଯୋଗସୂତ୍ର କରିବା ପରେ ସଂଜୟ ସୁଦ୍ ଏହି ପ୍ରବାସୀ ମାନଙ୍କୁ କେନ୍ଦ୍ରାପଡା ପଠାଇବାର ବ୍ୟବସ୍ଥା କରିଥିଲେ । ଶୁକ୍ରବାର ପ୍ରବାସୀ ମାନଙ୍କୁ ବିମାନ ରେ ଭୁବନେଶ୍ୱର ଓ ପରେ ବସ ଯୋଗେ କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜ କୁ ଆଣି ସେଠାରେ ସେମାନଙ୍କର ପଞ୍ଜିକରଣ କରାଇବା ସହ ଏମାନଙ୍କୁ ବିଭିନ୍ନ ସଂଗରୋଧ ଶିବିର କୁ ପ୍ରଶାସନ ପଠାଇଛି । ଏହି ୧୬୯ ଜଣ ପ୍ରବାସୀ ମାନଙ୍କ ଭିତରେ ୧୯ ଜଣ ପୁରୁଷ ଥିବାବେଳେ ୧୫୦ ଜଣ ମହିଳା ଥିବାବେଳେ ଏମାନେ ସମସ୍ତେ ଏକ ପୋଷାକ କମ୍ପାନୀରେ ସିଲେଇ କାମ କରୁଥିଲେ । ଏହି  ପ୍ରବାସୀ ମାନଙ୍କର ବିମାନ ରେ ଆାସିବା ଓ ଖାଦ୍ୟପେୟ ର ବ୍ୟୟଭାର ଆଦି ବିଧାୟକ ମହାନ୍ତି କରିଥିବାର ଜଣା ପଡିଛି । ପୂର୍ବତନ ବିଧାୟକଙ୍କ ଏହି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରା ଯାଇଛି

Leave A Reply

Your email address will not be published.