Odisha news

ସୋନୁସୁଦ ଙ୍କ ମହାନତା : ୧୭୭ ଓଡ଼ିଆ ଝିଅଙ୍କୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେରଳରୁ ଓଡ଼ିଶା ଫେରାଇ ଆଣିଲେ

0

ଭୁବନେଶ୍ୱର: ୧୧୭ ଜଣ ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଶୁକ୍ରବାର କେରଳରେ ଫସିଥିବା ୧୧୭ ଜଣ ଝିଅଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଛନ୍ତି ସୋନୁ।

ଖବର ଅନୁସାରେ, କରୋନା ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହେବା ପରେ କେରଳରେ ଫସିରହିଥିଲେ ୧୭୭ ଜଣ ଓଡ଼ିଆ ଝିଅ। ଭୁବନେଶ୍ୱର ରହୁଥିବା ଏକ ‌ଅନ୍ତରଙ୍ଗ ବନ୍ଧୁଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲେ ସୋନୁ। ପରେ ସେମାନଙ୍କ କିପରି ସରୁକ୍ଷିତ ଭାବେ ସେଠାରୁ ଭୁବନେଶ୍ୱର ଅଣାଯାଇ ପାରିବ ସେଇ ଚେଷ୍ଟାରେ ଲାଗିପଡ଼ିଥିଲେ। ଏହାପରେ ସୋନୁ କୋଚି ଓ ଭୁବନେଶ୍ୱର ଏୟାର୍‌ପୋର୍ଟ ପାଇଁ ଉଭୟ କେରଳ ଓ ଓଡ଼ିଶା ସରକାରଙ୍କର ଅନୁମତି ନେଇଥିଲେ।

ଏଥିପାଇଁ ବେଙ୍ଗାଲୁରୁ ଏକ ସ୍ୱତନ୍ତ୍ର ବିମାନ ମଗାଯାଇ କୋଚିରୁ ଏହି ସମସ୍ତ ଝିଅଙ୍କୁ ଭୁବନେଶ୍ୱର ଅଭିମୁଖେ ପଠାଇଯାଇଥିଲା ବୋଲି ପିଟିଆଇ ଖବର ପ୍ରକାଶ କରିଛି।

ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଘରକୁ ପଠାଇବାକୁ ସୋନୁ ତାଙ୍କ ବାନ୍ଧବୀ ନୀତି ଗୋଏଲଙ୍କ ସହିତ ମିଶି ‘ଘର ଭେଜୋ’ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନ ମାଧ୍ୟମରେ ସୋନୁ ସମସ୍ତ ଅସହାୟଙ୍କୁ ନିଜ ଖର୍ଚ୍ଚରେ ଘରକୁ ପଠାଇବାର ବନ୍ଦୋବସ୍ତ କରୁଛନ୍ତି। ପ୍ରାୟ ୪୦ ହଜାରରୁ ଅଧିକ ଲୋକଙ୍କୁ ଘରକୁ ପଠାଇ ସାରିଥିବା ସୋନୁ ନିକଟରେ ଏକ ଘରୋଇ ଚ୍ୟାନେଲ୍‌ରେ ସୂଚନା ଦେଇଥିଲେ। ନିକଟରେ ଅସହାୟ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବାକୁ ପାଇଁ ସୋନୁଙ୍କ ପକ୍ଷରୁ ଏକ ହେଲ୍‌ପ ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି।
Har Ghar Tiranga

Leave A Reply