ବାସୁଦେବପୁର : କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଲକ୍ ଡାଉନ୍ କଟକଣା ମଧ୍ୟରେ କରୋନା ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବାସୁଦେବପୁର ଥାନା ଅଧିକାରିଣୀ ମଧୁମିତା ମହାନ୍ତି ସେବାର ଛବି ପାଲଟି ଯାଇଛନ୍ତି । ନିଜର ବିଶାଳ ଅଞ୍ଚଳ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ନିଜର ପରିବାର ପିଲାଛୁଆଙ୍କ ପରେ ସମାଜର ସେବା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଉଛନ୍ତି । ନିଜର ସେବା ମନୋଭାବ ଯୋଗୁଁ ସେ ଏବେ ସମସ୍ତଙ୍କର ପ୍ରିୟ ପାତ୍ର ହେବାରେ ଲାଗିଛନ୍ତି । ବାସୁଦେବପୁର ଥାନାକୁ ଇନ୍ସପେକଫର ଭାବେ ମଧୁମିତା ମହାନ୍ତି ଯୋଗଦେବା ପରେ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ କରିଛନ୍ତି । ପ୍ରତ୍ୟେକ୍ଷ ଭାବେ ନିଜେ ହସ୍ତକ୍ଷେପ କରି ଆସୁଥିବା ଲୋକମାନଙ୍କୁ ନ୍ୟାୟ ଦେବାକୁ ଚିନ୍ତା କରୁଥିବା ବେଳେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଭୁଲି ଯାଇ ନାହାନ୍ତି ।
କେତେବେଳେ ଟ୍ରାଫିକ୍ ସଚେତନତା ପାଇଁ ରାଲି କଲେଣିତ ପୁଣି ସଚ୍ଛ ଭାରତର ନାରାରେ ନିଜକୁ ସାମିଲ୍ କରି କର୍ମଚାରୀଙ୍କୁ ନେଇ ସଫେଇ କାର୍ଯ୍ୟ କଲେଣି । ପୁଣି କେଉଁଠି ଗଛ ଲଗାଇବାରେ ସାମିଲ୍ କଲେଣି । ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ସମଗ୍ର ବିଶ୍ୱ କବଳିତ ହେଉଅଛି । ଚାରିଆଡେ ଜୀବନ ଜୀବିକା ହରାଇ ମାସ ମାସ ଧରି ଲୋକମାନେ ଘରେ ବସି ରହିଛନ୍ତି । ବିଚରା ଗରିବ ଭୋକିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ କରିଥିଲେ । ଫସି ରହିଥିବା ବାହାର ରାଜ୍ୟର ଶ୍ରମିକଙ୍କ ମୁହଁରେ କେତେବେଳେ ଦାନା ଯୋଗାଇନ୍ତି ପୁଣି କେତେବେଳେ ମାନସିକ ଅନଗ୍ରସର ଲୋକଙ୍କ ପାଖରେ ଖାଦ୍ୟ ଓ ଲୁଗା ପହଞ୍ଚାଇଛନ୍ତି । ତାଙ୍କ ସେବା ଓ ଦରଦୀ ମଣିଷର କାର୍ଯ୍ୟ ଏତିକିରେ ସୀମିତ ନୁହେଁ ।
ଲକ୍ ଡାଉନ୍ ସମୟରେ କାମ ନପାଇ ହାତଗୋଡ ଯୋଡି ବସି ଘର ଖର୍ଚ୍ଚ ପାଇଁ ଅର୍ଥ ନଥିବା ବେଳେ ଏହି ଗରିବ ବସ୍ତିରେ ପହଞ୍ଚି ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି । ସହର ବଜାରରେ ବୁଲୁଥିବା ବୁଲା ପଶୁମାନଙ୍କ ମୁହଁରେ ଦାନା ଯୋଗାଇ ଦେବା ପରି ଏକ ଛୋଟ ପ୍ରୟାସ କରିଥିଲେ । ନିଜର ସମ୍ବଳ ଓ ସାମର୍ଥ୍ୟ ମଧ୍ୟରେ ସେବା କରିବାର ମନୋଭାବକୁ ସମର୍ପଣ କରିଛନ୍ତି । ପୋଲିସର ଦାୟିତ୍ୱ ଓ କର୍ତ୍ତବ୍ୟ ଲିଭାଇବାକୁ ଯାଇ ଲକ ଡାଉନ୍ ସମୟରେ ତାଙ୍କର ଦରଦୀ ହୃଦୟର ମମତା ତାଙ୍କ ଠାରେ ବାରି ହୋଇ ପଡିଥିଲା । ଲୋକମାନଙ୍କୁ ଘଉଡାଇବା ପାଇଁ ପୋଲିସ କର୍ମଚାରୀଙ୍କୁ କହିଥିଲେ ସତ । କିନ୍ତୁ କାହାକୁ ପିଟିବାକୁ ମନା କରିଥିଲେ । ଏପରିକି ଉପରିସ୍ଥ ଅଧିକାରୀଙ୍କ ଚାପରେ ପଡି ବାଇକ୍ ଅଟକାଇ କିଛି ଲୋକମାନଙ୍କୁ ଫାଇନ୍ କାଟି ଭୟ ସୃଷ୍ଟି କରିବା ପାଇଁ କହିଥିଲେ ।
କିନ୍ତୁ ଅଧିକ ବାଇକ୍ ଅଟକାଇ ଅଯଥା ଲୋକଙ୍କୁ ଫାଇନ୍ ନକାଟିବାକୁ ପରୋକ୍ଷରେ ଇଙ୍ଗିତ୍ ଦେଇଥିଲେ । ତାଙ୍କ ବାଣୀରେ ଥିଲା ଶାସନ ରହୁ ହେଲେ ଲୋକମାନଙ୍କୁ ବିପତ୍ତି ସମୟରେ ଲୁଟା ନଯାଉ । ଯାହା ଥାନା ଅଧିକାରିଣୀଙ୍କର ଉଦାରତାର ପରିଚୟ ଦେଇଥିଲେ । ବାତ୍ୟା ଅମ୍ଫାନ ସମୟରେ ଝଡ ବର୍ଷାରେ ଆମେ ଘରେ ପସିଥିବା ବେଳେ ଜଣେ ମହିଳା ଥାନା ଅଧିକାରୀ ହୋଇ ମଧ୍ୟ ନିଜକୁ ଯୋଦ୍ଧା ଭାବେ ପ୍ରସ୍ତୁତ କରିଥିଲେ । ବାତ୍ୟା ଝଡ ପବନର ପ୍ରତିକୂଳ ପରିବେଶକୁ ଭ୍ରୃକ୍ଷେପ ନକରି ନିଜର କର୍ମଚାରୀଙ୍କୁ ନେଇ ଉପକୂଳ ଅଞ୍ଚଳର ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ଘରୁ ବାହାର କରି ପୋଲିସ ଗାଡିରେ ବସାଇ ବାତ୍ୟା ଆଶ୍ରୟ ସ୍ଥଳୀରେ ପହଞ୍ଚାଇ ଉଦାହରଣ ସୃଷ୍ଟି କରିଥିଲେ । ତାଙ୍କର ସୀମିତ ସମୟ କାର୍ଯ୍ୟକାଳ ମଧ୍ୟରେ ସେବାର ଛବି ପାଲଟି ଯାଇଛନ୍ତି । ଯାହା ଅନ୍ୟ ଥାନା ଅଧିକାରୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ପୋଲିସ ଏପରି କାର୍ଯ୍ୟକଲେ ଲୋକମାନେ ଘୃଣା ନୁହେଁ ପୋଲିସର ନିକଟତ୍ତର ହେବେ ।