Odisha news

MBA ଚା ବାଲା ପ୍ରଫୁଲ ବିଲୋର : ନିଜର ପରିଶ୍ରମ ଓ ଇଛାଶକ୍ତି ଦ୍ୱାରା ହୋଇ ପାରିଛନ୍ତି ସଫଳ ଚା ବ୍ୟବସାୟୀ

0

ଭାରତୀୟ ସଂସ୍କୃତିରେ ଚା ଶବ୍ଦଟି ଖୁବ ଆପଣାର ଅଟେ l  ଏହି ଚା ସମ୍ପର୍କର ସେତୁ ଅଟେ କହିଲେ ଅତ୍ୟକଟି ହେବ ନାହିଁ , ବନ୍ଧୁତ୍ୱର ଗୋଟିଏ ସୁନ୍ଦର ନିର୍ଦଶନ ଅଟେ ଏହି ଚା l ଆତିଥ୍ୟ ସତ୍କାର କୁ ଦ୍ବିଗୁଣିତ କେଉଁଠି କରିଥାଏ  ତ ଆଉ କେଉଁଠି ଯାତ୍ରା ସମୟରେ ଅନେକ ଗୁଡିଏ ଅଜଣା ବ୍ୟକ୍ତିଙ୍କୁ ନିଜର କରିବାରେ ସାହାଯ୍ୟ କରିଥାଏ ଆମର ପ୍ରିୟ ଚା  l ଆଉ କେତେବେଳେ ମହିଳାଙ୍କ ଗପ ର ପେଡି କୁ ଦୀର୍ଘ  ସମୟ ଧରି ଟାଣି ରଖିଥାଏ ଏହି ଚା l

ସକାଳୁ ସକାଳୁ ପ୍ରତ୍ୟେକ ଭାରତୀୟ ପରିବାରରେ ଚା ବାସନ ଖଡଖଡ ହେବାର ଆମେ ସମସ୍ତେ ଶୁଣିଥାଉ , ଯାହାକି ପରିବାର କୁ ଏକାଠି କରିଥାଏ l ସ୍ୱାମୀ ସ୍ତ୍ରୀଙ୍କ ସମ୍ବନ୍ଧକୁ ଅଧିକ ପ୍ରେମ ରେ ଭରି ଦେଇଥାଏ ଏହି ଚା, ହଁ ଆଜ୍ଞା ଏହି ଚା କଥା ଯେତେ ବଖାଣିବା ସେତେ କମ ଲାଗିବ l

ଆପଣ ଭାବୁଥିବେ ଚା କୁ ନେଇ ଏତେ ଆଲୋଚନା କାହିଁକି , କିନ୍ତୁ ଘଟଣାଟି ସେହିଭଳି l ପ୍ରତ୍ୟେକ ଗଳି , ଛକ, ବଜାର ରେ ମିଳୁଥିବା ଚା ରେ କିଏ କେବେ ରୋଜଗାର କରିପାରେ କୋଟି କୋଟି ଟଙ୍କା ଏହା ହୁଏତ ବିଶ୍ୱାସ ଯୋଗ୍ୟ ନୁହେଁ l କିନ୍ତୁ ଏମବିଏ କରିବାକୁ ସ୍ବପ୍ନ ଦେଖିଥିବା ପ୍ରଫୁଲ୍ଲ ବିଲୋର ଏହାକୁ ସତ୍ୟ ପ୍ରମାଣିତ କରି ପାରିଛନ୍ତି l ପ୍ରଫୁଲ୍ଲ ବର୍ତମାନ ସାରା ଭାରତରେ ଏମବିଏ ଚା ଵାଲା ଭାବରେ ପ୍ରସିଦ୍ଧି ଅର୍ଜନ କରି ସାରିଲେଣି l  ପ୍ରଫୁଲ୍ଲ ଙ୍କ କାହାଣୀ ଏତେ ରୋଚକ ଯେ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଲୋକେ ଫଲୋ କରି ଥାଆନ୍ତି l  ବର୍ତମାନ ଏହି ଏମବିଏ ଚା ବାଲା ଙ୍କ ଦେଶରେ କୋଟି କୋଟି ଟଙ୍କାର ଟର୍ନ ଓଭର ରହିଛି ଏବଂ ବିଦେଶରେ ମଧ୍ୟ ଫ୍ରାଞ୍ଚାଇଜ ଖୋଲିବାକୁ ଯାଉଛି l

ପ୍ରଫୁଲ୍ଲ କହିଛନ୍ତି -‘ଜୀବନ ର ଅର୍ଥ କର୍ମ, କର୍ମ କୁ ଆପଣେଇବା ପାଇଁ ଲାଜ ଛାଡିବାକୁ ପଡିବ l  ଭାରତର ସଂସ୍କୃତି ମଧ୍ୟ ଏହା ଶିଖାଇ ଥାଏ l  କାହିଁକି ନ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମ କୁ ଭଲପାଇବା ଆବଶ୍ୟକ ଯାହା ତାଙ୍କୁ ଜୀବନ ରେ ଆଗକୁ ବଢିବାକୁ ଦେବ l ଜୀବନ ରେ କଦାପି ନିଜର ସିଦ୍ଧାନ୍ତ ଛାଡିବା ଉଚିତ ନୁହେଁ l ‘

ଏହାପରେ ସେ କହିଥିଲେ ‘ ସଫଳତା କଥା ଯଦି କହିବି ତେବେ ମୁଁ ଗୋଟିଏ ଠେଲା ଗାଡ଼ିରେ ଚା ବିକ୍ରି କରିବା ଆରମ୍ଭ କରିଥିଲି l  ଚା ଛଡା ଆମର ଅନେକ ଜିନିଷ ବିକ୍ରି ହୋଇଥାଏ l ବର୍ତମାନ ମୋର ଚା ଷ୍ଟଲ ପ୍ରାୟ ଭାରତରେ ସମସ୍ତ ସ୍ଥାନରେ ରହିଛି l ‘

ଏମବିଏ ଶିକ୍ଷା ଗ୍ରହଣକୁ ଅଧାରେ ଚଡି ଦେଇଥିଲେ ପ୍ରଫୁଲ ଅହମଦା ବାଦ ରେ ଏମବିଏ ଚା ବାଲା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି l ପ୍ରଫୁଲ ବିଲୋର ୧୯୯୬ ଜାନୁଆରୀ ୧୪ ତାରିଖରେ ରେ ମଧ୍ୟ ପ୍ରଦେଶ ଧାରା ଜିଲାରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ମନରେ ପିଲାଟି ଦିନରୁ କିଛି ବଡ କାର୍ଯ୍ୟ କରିବାର ସ୍ବପ୍ନ ରହିଥିଲା l  ସେ ସବୁବେଳେ ଭାବୁଥିଲେ ଅନ୍ୟ ନିକଟରେ ଚାକିରୀ କରିବା ଅପେକ୍ଷା ନିଜେ କିଛି ଛୋଟ ମୋଟ କାର୍ଯ୍ୟ କରିବା ସନ୍ତୁଷ୍ଟି ଦେଇଥାଏ l ଯାହାଦ୍ୱାରା ମଣିଷ ଆଗକୁ ଯାଇ ଜୀବନ ରେ ନିଜ ଲକ୍ଷ ସ୍ଥଳରେ ପହଂଚି ପାରିବ l

ପ୍ରଫୁଲ ନିଜ ଜୀବନ ରେ କିଛି କରିବା ପାଇଁ ଅହମଦାବାଦ ସ୍ଥିତ IAM ଇନ୍ଷ୍ଟିଚ୍ୟୁଟ ରେ ଏମବିଏ ରେ ଆଡ଼ମିସନ ନେଲେ l କିନ୍ତୁ ସେ ଏହାକୁ ପୁରା କରିପାରି ନଥିଲେ l  ଯେଉଁ କାରଣରୁ ସେ ଖୁବ ଦୁଃଖିତ ହୋଇ ଯାଇଥିଲେ l ସେହି ସ୍ଥିତିରେ ସେ ଥରେ ଚା ପିଉଥିବା ସମୟରେ ତାଙ୍କ ମନକୁ ଆସିଥିଲା କି ଚା କୁ ନେଇ ବ୍ୟବସାୟ କଲେ କିପରି ହେବ l

ସେ CAT ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଥିଲେ ମଧ୍ୟ ପରୀକ୍ଷାରେ ଅସଫଳ ହୋଇଥିଲେ l  ଏହାପରେ ସେ ତାଙ୍କ ପିତାଙ୍କୁ କହିଥିଲେ ସେ ଆଗକୁ ପଢିବାକୁ ଚାହୁଁ ନାହାନ୍ତି l  ଏହାପରେ ମାକଡୋନାଲଡ଼ ରେ ଘଂଟାପ୍ରତି ୩୫ ଟଙ୍କାରେ ଚାକିରୀ କରିଥିଲେ l  ସେ ଏହି ସମୟରେ ଭାରତର ବିଭିନ୍ନ ସ୍ଥାନ ବୁଲି ଥିଲେ l  ସେ ସେତେବେଳେ ଭାବିଥିଲେ ଚା ଗୋଟିଏ ଏଭଳି ଜିନିଷ ଯାହା କନ୍ୟାକୁମାରୀ ରୁ ନେଇ କାଶ୍ମୀର ପର୍ଯ୍ୟନ୍ତ  ଲୋକେ ପିଇବାକୁ ପସନ୍ଦ କରନ୍ତି l  ଏହାପରେ ଚାକୁ ହିଁ ସେ ନିଜର ଜୀବିକା ଉପାର୍ଜନ ଭାବରେ ବାଛିଥିଲେ l ପ୍ରାରମ୍ଭିକ ସମୟରେ ତାଙ୍କ ନିକଟକୁ ଗ୍ରାହକ ଆସୁନଥିଲେ l ସେଥିପାଇଁ ସେ ନିଜେ ଚା ପ୍ରସ୍ତୁତ କରି ନିଜ ଗ୍ରାହକ ମାନଙ୍କ ନିକଟକୁ ଚା ଟେଷ୍ଟ କରାଇବା ପାଇଁ ନେଇ ଯାଉଥିଲେ l

ଧୀରେ ଧୀରେ ଗ୍ରାହକ ମାନେ ତାଙ୍କ ଚା କୁ ପସନ୍ଦ କଲେ l ଏହି ସଂଘର୍ଷ ଏତେ ସହଜ ନଥିଲା, ଅନେକ ଲୋକଙ୍କ ସହିତ ତାଙ୍କର ଶତ୍ରୁତା ମଧ୍ୟ ହୋଇଥିଲା l ଧୀରେ ଧୀରେ ତାଙ୍କ ଚା ର ଆଦର ବଢ଼ିଲା , ଯାହାର ବର୍ତମାନ ବାର୍ଷିକ ଟର୍ନ ଓଭର ୨କୋଟି ରେ ପହଂଚିଲାଣି l ସେ ନିଜ ଚା ଦୋକାନ ର ନାମ ‘ MBA ଚାଏ ବାଲା ‘ ରଖିଛନ୍ତି l ସାଧାରଣ ମଧ୍ୟବିତ୍ତ ପରିବାର ରୁ ଆସିଥିବା ପ୍ରଫୁଲ ନିଜ ପରିଶ୍ରମ ଓ ଇଛାଶକ୍ତି ବଳରେ କୋଟିପତି ବ୍ୟବସାୟୀ ଙ୍କ ଲିଷ୍ଟ ରେ ସାମିଲ ଅଛନ୍ତି l

Leave A Reply