ପ୍ରତାପ ଚନ୍ଦ୍ର ସାହୁ : ଅନ୍ୟ ଦିନ ମାନଙ୍କ ଭଳି ସାଙ୍ଗ ମାନଙ୍କ ସହିତ ” ଚା ” ପିଇବାକୁ ବାହାରିଲି।ଯିବା ସମୟ ରେ ମୋର ଜଣେ ବନ୍ଧୁ କହିଲେ, ସାର୍ ଆଜି ଗୋଟାଏ ନୁଆ୍ଙା ଚାହା ଦୋକାନ କୁ ଜିବା।ସେ ଭଲ ଚାହା ତିଆରି କରି ଦେଉଛି।ଆପଣ ମାନେ ଥରୁଟିଏ ତା ପାଖରେ ଚାହା ପିଇଥିଲେ ଅନ୍ୟ କୋଉଠେ ପିଇବାକୁ ମନ ବଳେଇବେ ନାହ୍ଙି। ଆମେ ସମସ୍ତେ ତାଙ୍କ କଥାରେ ଏକ ମତ ହେଲୁ।ସେଇ ନୁଆ୍ଙା ଚାହା ଦୋକାନ କୁ ସମସ୍ତେ ଗଲୁ।ସେଇଠି ପହଙ୍ଚୁ ପହଙ୍ଚୁ ଦୋକାନୀ ପଚାରି ବାକୁ ଆରମ୍ଭ କଲା,ସାର୍ କେତେଟା ବିନା ଚିନି ଆଉ କେତେଟା ଚିନି ଥାଇ।ମୁ ହଠାତ୍ ଟିକେ ହଡବଡେଇ ଗଲି।ତାପରେ ନିଜକୁ ସଜାଡିନେଲି। ସେ ପୁଣି ପଚାରିବାକୁ ଲାଗିଲା, ସାର୍ ସବୁ ଯାକ ବିନା ଚିନି ନାହ୍ଙି ତ ! ମୋର ସେ ବନ୍ଧୁ ମୋ ଠୁ କଥା ଛଡେଇ ନେଇ କହିଲା ଏମିତି କଣ କହୁଛ? ସାର୍ ମାନେ ଖରାପ ଭାବିବେନି ! ଚାହା ଦୋକାନୀ କଣ କହିଲା ଜାଣି ଛନ୍ତି,,ସେ ଆମ ଆଡେ ଚାହ୍ଙି ସରି କହିଲା।ଆମେ କହିଲୁ ଠିକ୍ ଅଛି ଦୁଇଟା ବିନି ଚିନି ଆଉ ଆଠଟା ଚିନି ଥାଇ ।ସେଇ ଚାହା ଦୋକାନି ପୁଣି କହିଲା ,ସାର୍ ମୁ ଜାଣି ଥିଲି।ମୁ ପଚାରିଲି କେମିତି? ସେ ଉତ୍ତର ରେ କହିଲା ସାର୍ ଚେହେରା ରୁ ଜଣାପଡୁଛି। ରାତି ପାହିବା ଠାରୁ ରାତି ହେବା ପର୍ଯ୍ୟନ୍ତ ଅନେକ ଭଦ୍ର ବ୍ୟକ୍ତି ପରା ଏଠିକି ଚାହା ପିଇବାକୁ ଆସନ୍ତି।ମୁ ଦେଖିଲେ ଜାଣିଦେବି କିଏ ବିନା ଚିନି ରେ ଚାହା ପିଇବେ ଆଉ କିଏ ଚିନି ଥାଇ ଚାହା ପିଇବେ !
ତାପରେ ଆମ ଭିତରେ ଏକ ଲଘୁ ଆଲୋଚନା ଆରମ୍ଭ ହେଲା ” ସତରେ ଦୁନିଆ ଟା କଣ ନ ହେଲା ? “କି ପିଲା କି ଝିଲା କି ବୁଢା କି ବୁଢି କି ଗରିବ କି ଧନୀ କି ଚାକିରିଆ କି ଅଣଚାକିରିଆ ଅଧିକାଶ୍ଙ ମଧୁମେହ ରେ ଆକ୍ରାନ୍ତ। ଏପରିକି ଇନ୍ ସୁଲିନ୍ ନେବା ପର୍ଯ୍ୟନ୍ତ କଥା ଯାଇଥାଏ। ସବୁ ଖାଇବା ମନା।କଣ ଖାଇବେ? ଏ ମଧୁମେହ ରୋଗ ବହୁତ ମାରାତ୍ମକ।ଏ ରୋଗ ଭଲ ହେବା ସହଯସାଧ୍ୟ ନୁହ୍ଙେ। କେବଳ ସଚେତନତା,ସତର୍କତା ,କଣ ଖାଇବା ଗ୍ରହଣିୟ,ନିୟମିତ ଓଉଷଧ ସେବନ,ନିୟମିତ ବ୍ୟାୟାମ ,ଯୋଗ ,ଓଜନ ରେ ସ୍ଥିରତା ରଖ୍ୟା ତଥା ନିୟନ୍ତ୍ରଣ କରିବା,ନିୟମିତ ବ୍ୟବଧାନ ରେ ଓଉଷଧ ସେବନ କରିବା ଦ୍ଵାରା ରୋଗୀ କିଛି ବର୍ଷ ବଙ୍ଚି ରହିବା ସମ୍ଭବ ପର ହୋଇଥାଏ। ଟିକେ ଅସାବଧାନତା ହେଲେ ସୁଗର୍ ସାଙ୍ଗେ ସାଙ୍ଗେ ବଢି ଯାଏ ।ପରିସ୍ଥିତି ଅଣାୟାତ ହୋଇଯାଇପାରେ। କହିବାକୁ ଗଲେ ଏ ରୋଗ ଅଚିକିଛ୍ୟ ଓ ଅଜେୟ ।ଅବଶ୍ୟ ଇନ୍ ସୁଲିନ୍ ଆବିଷ୍କ୍ରୃତ ହେଲା ପରେ କିଛି ପରିମାଣ ରେ ସୁଧୁରିପାରିଛି। ଏ ରୋଗ ଅଦ୍ୟାବଧି ପୂର୍ଣମାତ୍ରାରେ ଆରୋଗ୍ୟ ହେବା ସମ୍ଭବପର ହୋଇପାରିନାହ୍ଙି। ତା ସହ ଯଥା ଯଥା ସାଲିସ୍ କରି ଚଳି ଜାଣିଲେ ମଧୁମେହ ରୋଗୀ କୋଉଣସି ବିଲଖ୍ୟଣର ଶୀକାର ନ ହୋଇ ସୁସ୍ଥ ଜୀବନ ବିତାଇ ପାରିବ।ଏଥି ପାଇ୍ଙି ବ୍ୟାପକ ଗଣ ଜାଗ୍ରୃତି,ଜନ ସଚେତନତା ସ୍ରୃଷ୍ଟି କରିବାର ଆବଶ୍ୟକତା ରହିଛି।ମଧୁମେହ ରୋଗ ର କ୍ରମ ବର୍ଧନ ବ୍ୟାପ୍ତି ଓ ବିସ୍ତାର କୁ ବିଚାର କରି ମିଳିତ ଜାତିସଙ୍ଘ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି।
ରୋଗୀ ଓ ସେମାନଙ୍କ ର ପରିବାର ସଦସ୍ୟମାନଙ୍କୁ ରୋଗୀର ପରିଚର୍ଯ୍ୟା,ଖାଦ୍ୟପେୟ ,ଜୀବନ ଶୈଳୀ ବିଷୟ ରେ ଭଲଭାବରେ ଅବଗତ କରାଇବାକୁ ପଡିବ।ରୋଗୀ କୁ ନିୟନ୍ତ୍ରୀତ ଅବସ୍ଥା ରେ ରଖି ନ ପାରିଲେ ପରିସ୍ଥିତି ଅଣାୟାତ ହୋଇଯିବ।ଯଥା — ବ୍ରେନ୍ ଷ୍ଟ୍ରୋକ୍ ,ହ୍ରୃଦ୍ ଘାତ ,ପାରାଲିସିସ୍ ,କିଡିନି ଫେଲ୍ୟୁର୍ ଆଦି ସମସ୍ୟା ଉପୁଜି ପାରେ। ମଧୁମେହ ରୋଗୀ ର ଚିକିଛକ( ଡାକ୍ତର) ସେ ନିଜେ। ଏଇ ଜିନିଷ ଟିକୁ କାମ କରିନେବା ଉଚିତ୍ । ଅର୍ଥାତ୍ ନିଜେ ଓ ନିଜ ପରିବାର ର ସଦସ୍ୟ ୮୦% ରୋଗୀ ର ଚିକିଛା କରିଆସୁଥିଲାବେଳେ ,ଡାକ୍ତର ମାତ୍ର ୨୦% ଚିକିଛା କରିଥାନ୍ତି। ଅନ୍ୟ ରୋଗ ମାନଙ୍କ ପରି ଡାଇବେଟିସ୍ ରୋଗ ର ପ୍ରତିକ ନୀଳ ବ୍ରୃତ୍ତ। ଦିନ କୁ ଦିନ ଡାଇବେଟିସ୍ ରୋଗୀ ଙ୍କ ସଙ୍ଖ୍ୟା ଅହେତୁକ ଭାବେ ବ୍ରୃଧି ପାଇ ଚାଲିଛି ,ଯାହାକି ଘୋର୍ ଉଦ୍ ବେଗ ର ବିଷୟ। ଡାଇବେଟିସ୍ ର ପ୍ରମୁଖ କାରଣ ଟେନ୍ ସନ୍,ଚିନ୍ତା,ମାନସିକ ଅବଷାଦ ।
ମୁ ଦୋକାନୀ କୁ ପଚାରିଲି ବାବୁ ଆଗ ତୁମର କେତେ ଚିନି ସରୁଥିଲା ,ଏବେ କେତେ ସରୁଛି ? ସେ କହିଲା ସାର୍ ଆଗ ୧୧/୧୨ କେ ଜି ଚିନି ସରୁ ଥିଲା ଏବେ ବେଶି ବେଶିରେ ୨ କେ ଜି ଚିନି ସରୁଛି। ଏଥିରୁ ଅନୁମେୟ ମଧୁମେହ ରୋଗ କିପରି ଭାବେ କାୟା ବିସ୍ତାର କରି ଚାଲିଛି। ଏଥିରେ ବ୍ରେକ୍ ଦେବାକୁ ହେବ। ଏଣୁ ସତର୍କତା ,ସଚେତନତା ଅବଲମ୍ବନ କରିବାକୁ ହେବ।ସ୍ଵେଛାସେବୀ ସଙ୍ଗଠନ ମାନଙ୍କର ଏ ଖେତ୍ରରେ ପ୍ରମୁଖ ଭୁମିକା ରହିଛି। ପୋଷ୍ଟର ପଥ ପ୍ରାନ୍ତ ନାଟକ ଜରିଆ ରେ ସଚେତନତା ସ୍ରୃଷ୍ଟି କରିବାକୁ ହେବ। ଖାଇବା ଉପରେ ନିୟନ୍ତ୍ରଣ ରଖିବା ହେଲା ମଖ୍ୟ କାର୍ଯ୍ୟ। ଏବେ ବଜାର ରେ ଉପଲବ୍ଧ ସମସ୍ତ ଖାଦ୍ୟ ଦ୍ରବ୍ୟ ର ସଗାର୍ ଫ୍ରୀ କିସମ।