Odisha news

ନ୍ୟାୟ ଦାବିରେ ପିଠିରେ ଆଙ୍କିଲେ ଟାଟୁ

0

ସୁଶାନ୍ତ ସିଂହ ରାଜପୁତ୍‌ଙ୍କ କେସ୍‌କୁ ସମର୍ଥନ କରିବାକୁ ଯାଇ ତାଙ୍କ ପ୍ରଶଂସକମାନେ ସୋସାଲ୍‌ ମିଡିଆ ହେଉ ବା ବାସ୍ତବ ଜୀବନରେ ନିଆରା ଭାବେ ସ୍ୱର ଉତ୍ତୋଳନ କରୁଛନ୍ତି । ଏବେ ତାଙ୍କ ପାଇଁ କେବଳ ତାଙ୍କ ପରିବାର ନୁହେଁ, ପ୍ରଶଂସକମାନେ ନ୍ୟାୟ ପାଇଁ ଲଢ଼ୁଛନ୍ତି । ‘ଜଷ୍ଟିସ୍‌ ଫର୍‌ ସୁଶାନ୍ତ’କୁ ନେଇ ଗୁଜରାଟ ଭାବନଗରର ଜଣେ ପ୍ରଶଂସକ ଦେହରେ ସୁଶାନ୍ତଙ୍କ ଟାଟୁ କରିଛନ୍ତି । ସୁଶାନ୍ତଙ୍କ ଅପମୃତୁ୍ୟ ହତ୍ୟା କି ଆତ୍ମହତ୍ୟା ତାହା ଲୋକଙ୍କ ସାମ୍ନାକୁ ଆଣିବା ପାଇଁ ଏଭଳି ଟାଟୁ କରିଥିବା କହିଛନ୍ତି । ସେ ଏ ଟାଟୁ ତାଙ୍କ ପିଠିରେ କରିଛନ୍ତି ଯେଉଁଥିରେ ସୁଶାନ୍ତଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଛି ।

Leave A Reply