Odisha news

ଟାଟା ଷ୍ଟିଲ ପକ୍ଷରୁ ଗୁରୁମାନଙ୍କୁ ସମ୍ମାନ ପ୍ରଦାନ

0
କେନ୍ଦୁଝର ସ୍ବ-ପ୍ର ଯୋଡ଼ା, ସେପ୍ଟେମ୍ବର ୫, ୨୦୨୨: ଟାଟା ଷ୍ଟିଲ କର୍ମଚାରୀମାନଙ୍କ ସହଧର୍ମଣୀମାନଙ୍କୁ ନେଇ ଗଠିତ ସ୍ପନ୍ଦନ ସଂସ୍ଥା ପକ୍ଷରୁ ସୋମବାର ଦିନ ଯୋଡ଼ା ଆବାସିକ ସେତୁ ପାଠ୍ୟକ୍ରମ (ଆରବିସି) ବିଦ୍ୟାଳୟରେ ଗୁରୁମାନଙ୍କୁ ସମ୍ମାନିତ କରିବା ସହିତ ଗୁରୁ ଦିବସ ପାଳିତ ହୋଇଯାଇଛି ।
ଏହି ସ୍ୱତନ୍ତ୍ର ଦିବସ ଅବସରରେ ମୋଟ ୨୦୦ ଜଣ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଉଭୟ ବାଳକ ଓ ବାଳିକା ବିଦ୍ୟାଳୟର ମୋଟ ୭ ଜଣ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ଅବସରରେ ସ୍ପନ୍ଦନର ଭାଇସ ପ୍ରେସିଡେଣ୍ଟ ତନୟା ବାନାର୍ଜିୀ କହିଥିଲେ ଯେ, “ଗୁରୁମାନଙ୍କୁ ଜାହାଜର କ୍ୟାପଟନ୍ ବୋଲି କୁହାଯାଇଥାଏ, କାରଣ ସେମାନଙ୍କ ଯୋଗୁଁ ଆମେ ନିଜ ଲକ୍ଷ୍ୟ ବା ସ୍ୱପ୍ନ ପୁରା କରିପାରିଥାଉ ।  ତେବେ ଟାଟା ଷ୍ଟିଲ ପକ୍ଷରୁ ଶିକ୍ଷାର ପ୍ରସାର ପାଇଁ ବହୁଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଉଛି, କିନ୍ତୁ ଏହି ପଦକ୍ଷେପ ଟିକିଏ ଭିନ୍ନ, କାରଣ ଏହି ବିଦ୍ୟାଳୟ ଯୋଗୁଁ ଅଧାରୁ ପାଠପଢା ଛାଡିଦେଇଥିବା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତକୁ ଫେରିପାରୁଛନ୍ତି ।”
ଏହି ଅବସରରେ ଆରବିସିର ବାଳକ ଓ ବାଳିକାଙ୍କ ଦ୍ୱାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ।
ଏହି କାର୍ଯ୍ୟକ୍ରମରେ ଗୁରୁମାନଙ୍କୁ ପୁଜା କରିବା ବ୍ୟତୀତ ଛାତ୍ରଛାତ୍ରୀମାନେ ସମାଜ ଓ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ପନ୍ଦନର ସଚିବ ମିଲି ଶ୍ରୀବାସ୍ତବ, ଯୁଗ୍ମ ସଚିବ ଦେବସ୍ମିତା ସାହୁ, ବିଜୟା କନ୍ନୁରୀ ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
Nalco
Leave A Reply